ଢାବାରେ ଫୁଟିଲା ଗୁଳି, ଜଣେ ଗୁରୁତର

ସାରସକଣା,୧୫।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ଜାମଶୋଳା ନିକଟ ଏକ ଢାବାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଝାରଖଣ୍ଡ ଅଞ୍ଚଳର ୪ରୁ ୫ଜଣ ଯୁବକ ଏକ ଚାରିଚକିଆ ଗାଡିରେ ଆସି ଉକ୍ତ ଢାବାରେ ଖାଇବା ପାଇଁ ଅଟକିଥିଲେ। ଖାଇସାରିବା ପରେ ଟଙ୍କା ଦେବା ବଦଳରେ ଟେବୁଲ ଉପରେ ବନ୍ଧୁକ ରଖିଥିଲେ । ଏହାଦେଖି ହୋଟେଲର ସୁଜନ ନାମକ ଯୁବକ ବନ୍ଧୁକଟି ଅସଲି କିମ୍ବା ନକଲି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଉକ୍ତ ଯୁବକଙ୍କ ମଧ୍ୟରୁ ଜଣେ ଯୁବକ ସୁଜନଙ୍କ ଛାତିକୁ ଗୋଟିଏ ଗୁଳି ଚଳାଇଥିଲେ। ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ସୁଜନ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ପିଆର୍‌ଏମ୍‌ ଓ ପରେ କଟକ ଏସ୍‌ସିବି ମେଡିକାଲକୁ ନିଆଯାଇଛି। ଅପରପକ୍ଷେ ହୋଟେଲ ମ୍ୟାନେଜର ରାକେଶ ସାହୁଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ଜାରି ରହିଥିବାର ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ପ୍ରକାଶ କରିଛନ୍ତି । ସାଇଣ୍ଟିଫିକ ଟିମ୍‌ ସହିତ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

ବିଧାନସଭାରେ ଘଣ୍ଟା ବାଡେଇ, ତୂରୀ ଫୁଙ୍କି କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୨୧ା୩: ଶୁକ୍ରବାର ବିଧାନସଭା ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ କଂଗ୍ରେସର ଜୋରଦାର ପ୍ରତିବାଦ କରିଛି। କଲା ଡ୍ରେସ...

ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା: ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆଠାରେ ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା...

ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍‌ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି...

ଆଜି ତାଣ୍ଡବ ରଚିବ କାଳବୈଶାଖୀ, ବିଜୁଳି-ଘଡ଼ଘଡ଼ି ସହ ହେବ…

ଭୁବନେଶ୍ୱର,୨୧ା୩: ରାଜ୍ୟରେ ଶୁକ୍ରବାର କାଳବୈଶାଖୀ ସମ୍ଭାବନା ରହିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image