ଗୁଳି ମାଡ଼ରେ ମା’ ମୃତ, ଝିଅ ଗୁରୁତର

ଭବାନୀପାଟଣା,ଥୁଆମୂଳ ରାମପୁର ୩୦।୬ (ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ରଣପୁର ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଜେମା ଦେଇ ମାଝୀ(୩୯) ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ୯ ବର୍ଷର ଝିଅ ଦିବ୍ୟା ଗୁରୁତର ହୋଇଛନ୍ତି।

ଚାଷ ଜମିକୁ ଯାଇଥିବା ବେଳେ ସେମାନେ ଗୁଳି ମାଡ଼ର ଶିକାର ହୋଇଥିବା ଜଣାପଡିଛି। କିଏ ଏବଂ କାହିଁକି ମା, ଝିଅକୁ ଗୁଳି କରିଛନ୍ତି ତାହା ଏଯାଏ ସ୍ପଷ୍ଟ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନାବାଳିକା ଝିଅଙ୍କୁ ଚିକିତ୍ସା ପାଇଁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Share