ଗଞ୍ଜାମ,୪।୭(ଡି.ଏନ୍.ଏ.): ମହାମାରୀ କରୋନା ଭାଇରସ୍ ବା କୋଭିଡ-୧୯ ମୁକାବିଲା ନିମନ୍ତେ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରାଯାଉଛି l ଏହି କ୍ରମରେ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଏପିଡି ତଥା ଗଞ୍ଜାମ ବ୍ଲକ ବିଡ଼ିଓ ଦାୟିତ୍ୱରେ ଥିବା ଜ୍ୟୋତି ଶଙ୍କର ରାୟ, ତହସିଲଦାର, ଏନ୍ଏସି ଇଓ ଏବଂ ଥାନା ଆଇଆଇସି ପ୍ରମୁଖ କରୋନା ଯୋଦ୍ଧା ଦିନ ରାତି ଏକ କରିସାରିଲେଣି l ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଜିଲାରେ ଶନି ଓ ରବି ଦୁଇ ଦିନ ଶଟ୍ଡାଉନ ଘୋଷଣା କରିଛନ୍ତି। ତେବେ ଏହି ଶଟ୍ଡାଉନକୁ ଗଞ୍ଜାମସହରବାସୀ ମାନିଥିବା ଜଣାପଡ଼ିଛି। ଶନିବାର ଶଟ୍ଡାଉନରେ ରାସ୍ତାଘାଟ ଶୂନଶାନ ରହିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏଥିଯୋଗୁ ଲୋକମାନେ କାମଧନ୍ଦାକୁ ଯାଇପାରୁ ନ ଥିବା ବେଳେ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ୁଛି।