ଗଞ୍ଜାମ,୨୫।୪(ଡି.ଏନ୍.ଏ.): କରୋନା ସଂକ୍ରମଣର ୨ୟ ଲହର ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ଏ ନେଇ ସପ୍ତାହାନ୍ତ ଶଟ୍ଡାଉନ ଶନିବାର ଓ ରବିବାର ଘୋଷଣା ହୋଇଛି। ଏହାର ପ୍ରଭାବ ଗଞ୍ଜାମ ଏନ୍ଏସିରେ ମଧ୍ୟ ଦେଖିବାକୁ ମିଳିଛି।
ସହରର ସମସ୍ତ ଦୋକାନ ବଜ଼ାର ବନ୍ଦ ଥିବା ବେଳେ ଲୋକମାନେ ଘରୁ ବାହାରୁ ନ ଥିବା ଦେଖାଯାଇଛି ।
ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୋନିତ କୁମାର ବଜାର ବୁଲିବା ସହ ସମସ୍ତ ୱାର୍ଡ ଅନୁଧ୍ୟାନ କରିଛନ୍ତି। ସେହିପରି ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଏଏସ୍ଆଇ ଅଜିତ କୁମାର ପରିଡା, ତ୍ରିନାଥ ବେହେରା, ତ୍ରିନାଥ ପଟ୍ଟନାୟକ, ନାରାୟଣ କହଁର ପ୍ରମୁଖ ବିଭିନ୍ନ ଛକ ଓ ଜାତୀୟ ରାଜପଥରେ ରହି କଡାକଡି ଚେକିଂ କରୁଥିବା ଦେଖାଯାଇଛି।