ସ୍କୁଲରେ ଗୁଳିବର୍ଷା: ଚାଳିଗଲା ୬ ଜୀବନ, ୨୦ ଆହତ

ମସ୍କୋ,୨୬।୯: ରୁଷିଆର ଇଜେଭସ୍କର ଏକ ବିଦ୍ୟାଳୟରେ ଗୁଳିମାଡ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଇଜେଭସ୍କର ୮୮ ନମ୍ବର ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଆକ୍ରମଣକାରୀ କାହିଁକି ଗୁଳି ଚଳାଇଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଅଞ୍ଚଳର ରାଜ୍ୟପାଳ ଆଲେକ୍ସଜାଣ୍ଡାର୍‌ ବ୍ରେକ୍ଲୋଭ କହିଛନ୍ତି, ସୁରକ୍ଷା ଏବଂ ଉଦ୍ଧାରକାରୀ ଦଳ ସହ ସେ ସହରର ସ୍କୁଲରେ ପହଞ୍ଚିଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ପିଲା ଅଛନ୍ତି। ଆକ୍ରମଣକାରୀ ପ୍ରଥମେ ଗୁଳିକାଣ୍ଡ ଘଟାଇ ନିଜକୁ ଗୁଳି ଚଳାଇଛନ୍ତି।

Share