ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟାରେ ଫୁଟିଲା ଗୁଳି, ଜଣେ ମୃତ

କଲରାଡୋ,୨୫।୧୨: ଖ୍ରୀଷ୍ଟମାସ ଅବସରରେ ଆମେରିକାର କଲୋରଡୋସ୍ଥିତ ଏକ ସପିଂ ସେଣ୍ଟରରେ ଗୁଳି ବିନିମୟ ହୋଇଥିଲା। ସପିଂ ସେଣ୍ଟରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ରବିବାର ପୋଲିସ ଏହି ସୂଚନା ଦେଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କଲରାଡୋ ସ୍ପ୍ରିଙ୍ଗସ ପୋଲିସ ବିଭାଗ ସୂଚନା ଦେଇଛି ଯେ ଗୁଳି ବିନିମୟରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଆହତଙ୍କ ଉପରେ ଅତି କମରେ ଗୋଟିଏ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି।
ଏହି ଘଟଣା ପରେ ଅନେକ ଲୋକଙ୍କୁ ଅଟକ ରଖାଯାଇଥିବା ପୋଲିସ ସୂଚନା ଦେଇଛି। ଏଥି ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମଲକୁ ସମ୍ପୂର୍ଣ୍ଣ ସିଲ କରାଯାଇଥିବା ପୋଲିସ କହିଛି। ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ। ସୂଚନାଯୋଗ୍ୟ, ଡେନଭରଠାରୁ କଲୋରଡୋ ସ୍ପ୍ରିଙ୍ଗସ୍‌ ପ୍ରାୟ ୭୧ ମାଇଲ (୧୧୪ କିଲୋମିଟର) ଦୂରରେ ଅବସ୍ଥିତ।

Share