‘ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର’

ବର୍ତ୍ତମାନ ସଙ୍ଗୀତ ଜଗତରେ ଚର୍ଚ୍ଚାରେ ଅଛନ୍ତି କଣ୍ଠଶିଳ୍ପୀ ଗୌରବ ଆନନ୍ଦ। ତାଙ୍କ ଗୀତର ପ୍ରାୟ ସମସ୍ତେ ଜଣେ ଜଣେ ବଡ଼ ପ୍ରଶଂସକ। ଭୁବନେଶ୍ୱରରେ ଜନ୍ମିିତ ଗୌରବ କେବେ ‘ନିଛାଟିଆ ମନ’ରେ ଶ୍ରୋତାଙ୍କ ଭାବାବେଗକୁ ଛୁଇଁପାରିଛନ୍ତି ତ କେବେ ‘ଚହଳ’ ଗୀତ ଗାଇ ସଙ୍ଗୀତ କ୍ଷେତ୍ରରେ ଚହଳ ପକାଇଛନ୍ତି। ସେହିଭଳି ଗୀତିକାର ଭାବେ ତାଙ୍କର ଆଉଏକ ପରିଚୟ ରହିଛି। ଧୁଳିଆ ଜନ୍ଦା, ତୋ କଥା ଭାବି ଭାବି, ସିଏ ମା’ ସିଏ ମାଟି ସିଏ ଜନ୍ମଭୂମି, ନୀରବତା, ଚହଳ, ନିଛାଟିଆ ମନ, ବିଦ୍ୟାରଣ, ତୋ ଦୁନିଆ ଛାଡ଼ି ଚାଲିଯିବି, ଏଇ ଆକାଶ ତଳେ ଭଳି ଅନେକ ମନଛୁଆଁ ଗୀତ ରଚନା କରିବା ସହ ନିଜେ ଗାଇ ଶ୍ରୋତାଙ୍କ ହୃଦୟରେ ସୁନ୍ଦର ସ୍ଥାନଟିଏ ସୃଷ୍ଟି କରିପାରିଛନ୍ତି। ଓଡ଼ିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଯୁବ, ନବାଗତ ଓ ସଫଳ କଣ୍ଠଶିଳ୍ପୀ, ଗୀତିକାର ତଥା ମ୍ୟୁଜିକ୍‌ କମ୍ପୋଜର ଗୌରବଙ୍କ ସହ ଏଥରର ‘ଧରିତ୍ରୀ ଆଳାପ’।

ସଙ୍ଗୀତ କ୍ଷେତ୍ରକୁ କିଭଳି ଆସିଲେ?
– ଛୋଟବେଳୁ ମୁଁ ଗୀତ ଗାଉଥିଲି। ଇଚ୍ଛା ବି ଥିଲା। ବାପା ମଧ୍ୟ ଗୀତ ଗାଆନ୍ତି, ହାରମୋନିୟମ୍‌ ବଜାନ୍ତି, ଗୀତ ଲେଖନ୍ତି। ତେଣୁ ଘରେ ସଙ୍ଗୀତକୁ ନେଇ ଏକ ମାହୋଲ ଥିଲା। ମାତ୍ର ମୁଁ ଭାବି ନ ଥିଲି ଏଥିରେ ବୃତ୍ତି କରିବି। ଯୁକ୍ତ ୩ରେ ପଢ଼ିବା ବେଳେ ସୁବାସ ଚନ୍ଦ୍ର ଧଳ ସାର୍‌ଙ୍କ ପାଖରେ ବିଧିବଦ୍ଧ ଭାବେ ହିନ୍ଦୁସ୍ଥାନୀ ଭୋକାଲ ଶିଖିବା ଆରମ୍ଭ କଲି। ୩ବର୍ଷ ପାଖାପାଖି ଶିଖିବା ଭିତରେ ହିଁ ଇଣ୍ଡଷ୍ଟ୍ରିକୁ ଆସିଯାଇଥିଲି। କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସହ ଗୋଟେ ଡୁଏଟ୍‌ରେ କାମ ମିଳିଲା। ସେ ମୋର ଗୋଟେ ଗୀତ ଗାଇ କମ୍ପୋଜିଶନ୍‌କୁ ବହୁତ ପସନ୍ଦ କରିଥିଲେ। ଏହା ପରେ ସେ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସଙ୍କ ସହ ଚିହ୍ନା କରାଇଲେ। ତାଙ୍କ ସହ ରହି ପ୍ରାୟ ୩୦ରୁ ୩୫ ଫିଲ୍ମରେ ଆସିଷ୍ଟାଣ୍ଟ ମ୍ୟୁଜିକ କମ୍ପୋଜର ଭାବେ ସାହାଯ୍ୟ କଲି। ସେଇଠି ‘ବିଦ୍ୟାରଣ’ ଚଳଚ୍ଚିତ୍ର ପାଇଁ କାମ କଲା ସମୟରେ ବାବୁଶାନ୍‌ଙ୍କ ସହ ଦେଖାହେଲା। ସେ ମୋ କାମ ଦେଖି ଖୁସି ହୋଇ ପରଦିନ ଘରକୁ ଡାକିଲେ। ନୂଆ ପିଲା ଥିଲି, ତଥାପି ସେ ବିଶ୍ୱାସ କରି ମୋତେ କାମ ଦେଲେ, ଯାହା ମୋ ପାଇଁ ବଡ଼ କଥା ଥିଲା। ଏହା ପରେ ଆମେ ‘ଦମନ’ ପାଇଁ ଗୀତ ରେକର୍ଡ କରୁଥିଲୁ। ମାତ୍ର ତାହା କିଛି କାରଣ ପାଇଁ ହୋଲ୍ଡରେ ରହିଲା। ଏହା ପରେ ‘ପ୍ରେମମ୍‌’ ଚଳଚ୍ଚିତ୍ର ପାଇଁ ମ୍ୟୁଜିକ୍‌ କମ୍ପୋଜର ଭାବେ ପ୍ରଥମ କାମ ମିଳିଲା, ଯାହା ବହୁଶୀଘ୍ର ରିଲିଜ୍‌ ହୋଇଥିଲା।
କାହା ପାଇଁ ଆପଣ ଆଜି ଏହି ପରିଚୟ ପାଇଛନ୍ତି?
– ‘ଦମନ’ ଫିଲ୍ମ ମୋ କ୍ୟାରିୟରର ଏକ ଟର୍ନିଂ ପଏଣ୍ଟ। ଆଉ ବାବୁଶାନ୍‌ ଭାଇ ମୋ ପରିଚୟ ପଛର ମାଇଲଷ୍ଟୋନ୍‌। କିନ୍ତୁ ତା’ ପୂର୍ବରୁ ଅସୀମା ଦିଦି ଯଦି ବୈଦ୍ୟ ସାର୍‌ଙ୍କ ସହ ଦେଖା କରାଇ ନ ଥାନ୍ତେ, ତା’ହେଲେ ମୁଁ ଏହି ଲାଇନକୁ ବୋଧେ ଆସି ନ ଥାଆନ୍ତି।
ପ୍ରଥମ କାମ କ’ଣ ଥିଲା?
– ‘ନୀରବତା’ ନାମରେ ଏକ ମ୍ୟୁଜିକ ଭିଡିଓ, ଯେଉଁଥିରେ ଗୀତ ଲେଖିବା ସହ ନିଜେ ଗାଇଥିଲି।
ଗୀତ ଲେଖିବା ପୂର୍ବରୁ କ’ଣ ସବୁ ଧ୍ୟାନ ଦିଅନ୍ତି?
– ମନଇଚ୍ଛା ଗୀତ ଲେଖିବାକୁ ଭଲ ଲାଗେନି। ପିୟୋର୍‌ ଓଡ଼ିଆ, ଯେମିତି ମଣିଷକୁ କନେକ୍ଟ କରିପାରୁଥିବ, ସେମିତି ଗୀତ ଲେଖିବାକୁ ଭଲପାଏ। ଗୀତ ଲେଖିବା ଆଗରୁ ଷ୍ଟୋରୀ କ’ଣ, ତାହା ଜାଣିବାକୁ ଚେଷ୍ଟା କରେ। ଷ୍ଟୋରି ସହ ଚରିତ୍ରକୁ ମଧ୍ୟ ବୁଝିଥାଏ।
ଗୀତ ଲେଖିବା ଓ ଗାଇବା, କେଉଁଟା ଅଧିକ ପସନ୍ଦ?
– ଗୀତ ଲେଖିବାକୁ ବେଶି ପସନ୍ଦ କରେ।
ସିଙ୍ଗର ଲବିରେ ନିଜକୁ କିଭଳି ଆଡ୍‌ଜଷ୍ଟ କରନ୍ତି?
– ଭାଗ୍ୟରେ ନୁହେଁ, ଭାଗରେ ବିଶ୍ୱାସ କରେ। ମୋ ଭାଗରେ ଯାହା ଥିବ, ତାହା ମିଳିବ। ଯାହା କଲେ ବି ମିଳିବ, କେହି ଛଡ଼େଇ ନେଇପାରିବେନି। ଆଉ ଯଦି ନ ଥିବ ମିଳିବନି। ତେଣୁ ଲବିରେ ବିଶ୍ୱାସ କରେ ନାହିଁ, ପ୍ରଶ୍ରୟ ବି ଦିଏ ନାହିଁ।
କିଛି ସ୍ମରଣୀୟ ଶ୍ରୋତାଙ୍କ ପ୍ରତିକ୍ରିୟା?
– ଇନ୍‌ଷ୍ଟାଗ୍ରାମରେ ଜଣେ ଝିଅ ମୋତେ ଥରେ ମେସେଜ କରିଥିଲେ। ଭାଇ ତୁମ ଗୀତ ‘ନିଛାଟିଆ ମନ’ ମୁଁ ସବୁବେଳେ ଶୁଣେ। ା ମୋ ମା’ଙ୍କୁ ଶୁଣାଏ। ତାଙ୍କ ଦେହ ଭଲ ନାହିଁ। ଯେତେବେଳେ ମୁଁ ତାଙ୍କୁ ଶୁଣାଏ, ସେ ବହୁତ ବେଟର ଫିଲ୍‌ କରନ୍ତି। ଏମିତି ସବୁବେଳେ ଗୀତ ବନଉଥାଅ ବୋଲି ସେ କହିଥିଲେ, ଯାହା ମୋତେ ଭାରି ଖୁସି ଦେଇଥିଲା। ଏଇ ମୁହୂର୍ତ୍ତ ମୋର ସବୁବେଳ ମନେ ରହିବ।
ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ କେଉଁମାନଙ୍କୁ ପସନ୍ଦ କରନ୍ତି?
– ପଣ୍ଡିତ ରଘୁନାଥ ମହାପାତ୍ର, ପ୍ରଫୁଲ୍ଲ କର, ଅକ୍ଷୟ ମହାନ୍ତି ଓ ଗୁଡ୍‌ଲୀ ରଥ।
ଅବସର ସମୟରେ କ’ଣ କରନ୍ତି?
-ଟ୍ରାଭେଲ କରିବାକୁ ଭଲ ଲାଗେ।
ଖାଇବାକୁ କ’ଣ ଭଲ ଲାଗେ?
-ଚିକେନ ବିରିୟାନୀ।
ସଙ୍ଗୀତରେ କ୍ୟାରିୟର ପାଇଁ କ’ଣ ବାର୍ତ୍ତା ଦେବେ?
– ଯେଉଁମାନେ ସଙ୍ଗୀତକୁ ଆସିବାକୁ ଚାହୁଁଛନ୍ତି, ଆଗ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଦରକାର। ତା’ହଲେ ତୁମେ ସବୁ ଜୋନ୍‌ର ଗୀତ ଗାଇପାରିବ। ସୋସିିଆଲ ମିଡିଆ ଯଦି ବ୍ୟବହାର କରୁଛ, ତାହାହେଲେ ଯାହା ଗୀତ ଗାଉଛ ତାକୁ ଟ୍ୟାଗ୍‌ କର। କେବେ ନା କେବେ ଭାଗ୍ୟ ଫିଟିଯିବ।

ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି।...

୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା...

ଆଉ ୮ ସହରରେ ଗଡ଼ିବ ଆମ ବସ: ଜାଣନ୍ତୁ କେଉଁ କେଉଁ ସହର ଅଛି ସାମିଲ

ଭୁବନେଶ୍ୱର,୨୭।୩: କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଉ ୮ ସହରକୁ ଆମ ବସ ସେବା ଯୋଗାଇ...

ରାଶନ କାର୍ଡକୁ ନେଇ ମନ୍ତ୍ରୀଙ୍କ ସୂଚନା: କାହାର କଟିବ କାହାର କଟିବନି କଲେ ସ୍ପଷ୍ଟ

ଭୁବନେଶ୍ୱର,୨୭।୩: ରାଜ୍ୟରେ ରାଶନକାର୍ଡଧାରୀଙ୍କ ପାଇଁ ଗୁରୁବାର ଏକ ବଡ଼ ଅପ୍‌ଡେଟ୍‌ ଆସିଛି। ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି। ବୋଲି ଯୋଗାଣ ମନ୍ତ୍ରୀ...

ଆହୁରି ୩ ଦିନ କଲବଲ କରିବ ତାତି: ଏହି ୨ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୭ା୩: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ହିଟେୱଭ ଓ୍ବାର୍ନିଂ ଜାରି ହୋଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି...

କାମଧେନୁ ଯୋଜନାରେ ବାଛୁରୀ ପାଳନର ଶୁଭାରମ୍ଭ

ନୂଆପଡ଼ା,୨୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ଼ ପ୍ରାଣୀ ଚିକିତ୍ସାଳୟଠାରେ ବୁଧବାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ମାଈ ବାଛୁରୀ ପାଳନର ଶୁଭାରମ୍ଭ ହୋଇଛି।...

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ

ଭୁବନେଶ୍ୱର,୨୭ା୩: ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି...

ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର: ୧୨ ପୋଲିସ ଆହତ

ଭୁବନେଶ୍ୱର,୨୭ା୩: ଗୁରୁବାର ଲୋୟର ପିଏମ୍‌ଜି  ପାଲଟିଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ବିକ୍ଷୋଭକାରୀମାନେ ପୋଲିସ କର୍ମଚାରୀଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image