Categories: ଜାତୀୟ

ଶିକ୍ଷୟିତ୍ରୀଙ୍କୁ କୋର୍ଟ ଚାଲାଣ କରାଯିବ ନା’ ଘୃଣା ସଂସ୍କୃତି ବଢ଼ିବାକୁ ଦିଆଯିବ: ମୋଦିଙ୍କୁ ସିବଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୮ :  ରାଜ୍ୟସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କଡା ସମାଲୋଚନା କରିଛନ୍ତି। ଊତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ସଂଖ୍ୟାଲଘୁ ଛାତ୍ରଙ୍କ ପ୍ରତି କରିଥିବା ଅନ୍ୟାୟ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସର୍ବସାଧାରଣରେ ନିନ୍ଦା କରି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯିବ ନା ଘୃଣା ସଂସ୍କୃତିର ବିକାଶ ପାଇଁ ଅନୁମତି ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ଭିଡିଓରେ ଦର୍ଶାଯାଇଛି ଜଣେ ସ୍କୁଲ ଶିକ୍ଷୟିତ୍ରୀ ତାଙ୍କ ଛାତ୍ରମାନଙ୍କୁ ମହମ୍ମଦ ନାମକ ଜଣେ ଛାତ୍ରଙ୍କୁ ଚାପୁଡ଼ା ମାରିବାକୁ କହୁଛନ୍ତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।

ଭିଡିଓରେ ମନସୁରପୁର ପୋଲିସ ଷ୍ଟେଶନ ଅନ୍ତର୍ଗତ ଖୁବପୁର ଗାଁର ଏକ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ଚାପୁଡା ମାରିବାକୁ କହୁଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟରେ ସିବଲ ଏହାକୁ ଏକ ଘୃଣାର ସଂସ୍କୃତି ବୋଲି କହିଛନ୍ତି ଏବଂ ଉତ୍ତରପ୍ରଦେଶର ମୁଜାଫରନଗରର ଏକ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ହିନ୍ଦୁ ଛାତ୍ରମାନଙ୍କୁ ଶ୍ରେଣୀରେ ଜଣେ ମୁସଲମାନ ଛାତ୍ରଙ୍କୁ ମାଡ ମାରିବାକୁ କହିବା ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଯଦି ଏହା ସତ୍ୟ, ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଊତ୍ତର ଦେବେ କି?

Share