Categories: ଜାତୀୟ

ମସଜିଦ ଭିତରେ ପଶି ‘ଜୟ ଶ୍ରୀ ରାମ’ ସ୍ଲୋଗାନ: ୨ ଗିରଫ

ନୂଆଦିଲ୍ଲୀ,୨୬।୯: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ୨ ଅଜ୍ଞାତ ବ୍ୟକ୍ତି ମସଜିଦ ଭିତରକୁ ପ୍ରବେଶ କରି ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦେଇଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କାଦବା ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ରବିବାର ରାତି ପ୍ରାୟ ୧୧ଟା ସମୟରେ ମସଜିଦ ଭିତରେ ସ୍ଲୋଗାନ ଦେବା ଘଟଣା ସାମ୍ନାକୁ ଆସିଥିଲା। ଦୁଇଜଣ ଅଜ୍ଞାତ ବ୍ୟକ୍ତି ରାତିରେ ମୋଟରସାଇକେଲରେ ଆସି ମର୍ଦାଲା ବଦରିଆ ଜୁମା ମସଜିଦ କମ୍ପ୍ଲେକ୍ସରେ ପ୍ରବେଶ କରି ‘ଜୟ ଶ୍ରୀ ରାମ’ ନାରା ଦେଇଥିଲେ। ମସଜିଦ ମୁଖିଆଙ୍କଠାରୁ ଅଭିଯୋଗ ଆସିଥିବା ପୋଲିସ ସିସିଟିଭି ଫୁଟେଜକୁ ବିଶ୍ଳେଷଣ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଲେ ୨୬ ବର୍ଷିୟ ସଚିନ ରାୟ ଏବଂ ୨୪ ବର୍ଷୀୟ କୀର୍ତ୍ତନ ପୂଜାରୀ ବୋଲି ଜଣାପଡିଛି। ଉଭୟ ଯୁବକ କାଦବା ତାଲୁକର କାୟାକମ୍ବା ଗାଁର ବାସିନ୍ଦା। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Share