୪ ନୂଆ ହେଲ୍ପଲାଇନ ନମ୍ବର ଦେଖାଅ

ନୂଆଦିଲ୍ଲୀ, ୩୧।୫ (ପି.ଟି.): କୋଭିଡ୍‌-୧୯ ସଚେତନତା ପଦକ୍ଷେପର ଅଂଶବିଶେଷ ଭାବେ ନାଗରିକଙ୍କ ସୁବିଧା ପାଇଁ ୪ଟି ନୂଆ ଜାତୀୟ ହେଲ୍ପଲାଇନ ନମ୍ବର ପ୍ରଦର୍ଶନ କରିବା ଲାଗି କେନ୍ଦ୍ର ସରକାର ରବିବାର ଘରୋଇ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିରତି ସମୟରେ ଏହି ନମ୍ବରଗୁଡ଼ିକୁ ପ୍ରଦର୍ଶନ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲଗୁଡ଼ିକୁ ପତ୍ର ଲେଖି ଜଣାଇଛି। ଲୋକଙ୍କ ମଧ୍ୟରେ କୋଭିଡ୍‌ ଚିକିତ୍ସା, ଉପଯୁକ୍ତ ବ୍ୟବହାର ଏବଂ ଟିକାକରଣ ସମ୍ପର୍କିତ ସଚେତନତା ସୃଷ୍ଟି କରାଇବାରେ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକର ଭୂମିକାକୁ ମନ୍ତ୍ରଣାଳୟ ପ୍ରଶଂସା କରିଛି। ଏବେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ୪ଟି ଜାତୀୟ ହେଲ୍ପଲାଇନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ମନ୍ତ୍ରଣାଳୟ କହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପାଇଁ ହେଲ୍ପଲାଇନ ନମ୍ବର ୧୦୭୫ ରହିଥିବାବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନଂ. ୧୦୯୮, ସାମାଜିକ ନ୍ୟାୟ ଓ ସଶକ୍ତୀକରଣର ବରିଷ୍ଠ ନାଗରିକମାନଙ୍କ ପାଇଁ ହେଲ୍ପଲାଇନ ନଂ. ୧୪୫୬୭ ଏବଂ ମାନସିକ ସହାୟତା ଲାଗି ଜାତୀୟ ମାନସିକ ସ୍ବାସ୍ଥ୍ୟ ଓ ନ୍ୟୁରୋସାଇନ୍ସର ହେଲ୍ପଲାଇନ ନଂ. ୦୮୦୪୬୧୧୦୦୦୭ ରହିଛି। କୋଭିଡ୍‌ ଚିକିତ୍ସା ପ୍ରୋଟୋକଲ୍‌, କୋଭିଡ୍‌ ଉପଯୁକ୍ତ ଆଚରଣ ଏବଂ ଟିକାକରଣ ଉପରେ ସଚେତନତା ସୃଷ୍ଟି ପାଇଁ ମନ୍ତ୍ରଣାଳୟ ଘରୋଇ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ପତ୍ର ଲେଖିଛି।

Share