Advertisement

ସେବାୟତଙ୍କୁ କାରଣ ଦର୍ଶାଅ ନୋଟସ, ୭ ଦିନ ଭିତରେ ଉତ୍ତର ନ ଦେଲେ…

ଭୁବନେଶ୍ୱର,୩୦।୭: ରଥରେ ଅନଧିକୃତ ବ୍ୟକ୍ତିଙ୍କୁ ଚଢ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ସେବକଙ୍କୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଉତ୍ତର ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହାସହ ମାମଲାର ଚୂଡାନ୍ତ ନିଷ୍ପତ୍ତି ନହେବା ଯାଏ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ, ପାଉଣା ସ୍ଥଗିତ ରଖିବାକୁ ମଧ୍ୟ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ସୂଚନାଯୋଗ୍ୟ, ବାହୁଡା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥରେ ଅଣ ସେବାୟତ ଚଢିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନୋଟିସ ଜାରି କରିଛି। ଅଣ ସେବାୟତଙ୍କୁ କିଏ ଏବଂ କାହିଁକି ରଥ ଉପରକୁ ଚଢିବାକୁ ଅନୁମତି ଦେଇଥିଲେ। ସେନେଇ ପ୍ରଶାସନ ଖୋଳତାଡ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share