ଦଳ ଡେଇଁ ଥିବା ୪ ବିଧାୟକଙ୍କୁ ଜବାବ ତଲବ, ୨୭ ସୁଦ୍ଧା ଉତ୍ତର ଦିଅ…

ଭୁବନେଶ୍ୱର,୨୧।୫: ଆସନ୍ତା ନିର୍ବାଚନରେ ଟିକେଟ ନ ମିଳିବାରୁ ଅନେକ ନେତା ଦଳ ଡେଇଁଥିଲେ। ନିକଟରେ ବିଜେଡିରୁ ୪ଜଣ ବିଧାୟକ ଇସ୍ତଫା ଦେଇ ଭାଜପାରେ ସାମିଲ ହୋଇଥିଲେ। ତେବେ ଏହି ବିଧାୟକଙ୍କୁ ମଙ୍ଗଳବାର ଜବାବ ତଲବ କରାଯାଇଛି। ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡ଼ାଙ୍କୁ କାହିଁକି ବିଧାୟକ ପଦ ରଦ୍ଦ ନ ହେବ ପକ୍ଷ ରଖିବାକୁ ନୋଟିସ୍‌ରେ କୁହାଯାଇଛି। ୨୭ ତାରିଖ ସୁଦ୍ଧା ଏନେଇ ଉତ୍ତର ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିଧାନସଭା ସଚିବ ନୋଟିସ୍‌ କରିଛନ୍ତି। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ଏହି ନୋଟିସ୍‌ ହୋଇଛି। ତେବେ ପୂର୍ବରୁ ଅରବିନ୍ଦ ଢ଼ାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ପଦ ରଦ୍ଦ ହୋଇଛି।

Share