୨ ହସ୍ପିଟାଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ

ନୟାଗଡ଼,୧୫।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ, ସେଫ୍ଟିକ ୱାର୍ଡ, ମେଡିସିନ ୱାର୍ଡ, ଶିଶୁ ୱାର୍ଡ, ପୁରୁଣା ଆଉଟଡୋରରୁ ୬୦ରୁ ଊର୍ଦ୍ଧ୍ୱ ଏସି ଗାଏବ, ଖତ ଖାଉଛି ୧୫୦ରୁ ଊର୍ଦ୍ଧ୍ୱ ନୂଆ ଓ ପୁରୁଣା ବେଡ, ୨ ହସ୍ପିଟାଲ ମ୍ୟାନେଜରଙ୍କୁ ନିଲମ୍ବନ ଦାବି ସମ୍ପର୍କିତ ଖବର ଧରିତ୍ରୀ ଶିରୋନାମାରେ ଶୁକ୍ରବାର ପ୍ରକାଶ ପାଇଥିଲା। ଏହା ପରେ ପ୍ରଶାସନିକ ସ୍ତରରେ ଆଲୋଡନ ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଏହି ଖବର ଲୋକଲୋଚନକୁ ଆସିବା ପରେ ସାଧାରଣରେ ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ ପ୍ରକାଶ ପାଇଛି। ଦୁଇ ହସ୍ପିଟାଲ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ସେହିପରି ଏସି ଗାଏବ ଘଟଣାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଟୁଇଟ କରାଯାଇଛି। ଏସି ଗାଏବ ଘଟଣା ଚର୍ଚ୍ଚାକୁ ଆସିବା ପରେ ଏହାକୁ ରଫାଦଫା କରିବାକୁ ଦୁଇ ମ୍ୟାନେଜର ଲାଗି ପଡିଥିବା ଅଭିଯୋଗ ଉଠିଲାଣି। ଏସିଗୁଡିକ କିଏ ନେଲା, କାହିଁକି ନେଲା, ପରିମିଶନ ନ ଥାଇ କିପରି ଏସି ନିଆଗଲା ସେନେଇ କେହି ମୁହଁ ଖୋଲୁନାହାନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଓ ଦୁଇ ହସ୍ପିଟାଲ ମ୍ୟାନେଜର ଏସି ଗାଏବ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଥିବାବେଳେ ୩ ଅଧିକାରୀଙ୍କ ନୀରବତା ଅନେକ ପ୍ରଶ୍ନ ଉଠାଉଛି। ଅପରପକ୍ଷେ ଏସି ଗାଏବ ଘଟଣାର ତଦନ୍ତ କରାଯାଉଥିବା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ରମାକାନ୍ତ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image