ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌, ୨ ସପ୍ତାହ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୭(ବ୍ୟୁରୋ): କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ  ନୋଟିସ୍‌। ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ୨ ସପ୍ତାହ ଭିତରେ ଜବାବ ଦେବାକୁ ବିଧାୟକ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ କଂଗ୍ରେସ ମିଡିଆ ସେଲ ମୁଖ୍ୟ ସତ୍ୟ ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଥିଲେ। ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ମୋକିମଙ୍କ ଏଭଳି କାର୍ଯ୍ୟକୁ ପିସିସି ସଭାପତି ତ୍ରୀବ ବିରୋଧ କରିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବା ନେଇ ପୂର୍ବରୁ ପିସିସି ସଭାପତି କହିଥିଲେ।

Share