ଓଲିଙ୍କୁ କାରଣ ଦର୍ଶାଅ ନୋଟିସ

କାଠମାଣ୍ଡୁ, ୨୬।୧୨ : ନେପାଳ ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଚାନକ ପାର୍ଲାମେଣ୍ଟ ଭଙ୍ଗ ପାଇଁ ନିଷ୍ପତ୍ତି ନେବା ସମ୍ପର୍କରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଲିଙ୍କ ପାର୍ଲାମେଣ୍ଟ ଭଙ୍ଗ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ପ୍ରଧାନ ବିଚାରପତ ଚୋଳେନ୍ଦ୍ର ଶମଶେର ରାଣାଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ପିଟିଶନର ଶୁଣାଣି କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମନ୍ତ୍ରୀ ପରିଷଦ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଛି।

Share