କୋଦଳା,୮ା୧(ଅମିତ କୁମାର ପଟ୍ଟନାୟକ)-କୋଦଳା ସ୍ବର୍ଣ୍ଣମୟୀ ହାଇସ୍କୁଲକୁ ଗତ ୫ ତାରିଖରେ ଜିଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଅଚାନକ ଆସି ବିଭିନ୍ନ ଅବ୍ୟବସ୍ଥା ଦେଖିବା ପରେ ବିରକ୍ତି ପ୍ରକାଶ କରିିଥିଲେ। ଏହାକୁ ନେଇ ସୋମବାର ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସ୍ବର୍ଣ୍ଣମୟୀ ହାଇସ୍କୁଲ ପ୍ରଧାନଶିକ୍ଷକ ଉମାକାନ୍ତ ବେହେରାଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ଆସିଛି। ଚିଠି ନମ୍ବର ୨୩୮ ଅନୁସାରେ ବିଦ୍ୟାଳୟରେ ପାଠପଢା ଠିକ ହେଉ ନ ଥିବା, ପ୍ରଧାନଶିକ୍ଷକ ଏବଂ ଷ୍ଟାଫ ରୁମ ଠିକ ନଥିବା, ବିଦ୍ୟାଳୟ ପରିବେଶ ଦୂଷିତ ସାଙ୍ଗକୁ ଆବର୍ଜନା ପଡିଥିବା, ପ୍ରଦର୍ଶନ ବୋର୍ଡ କୌଣସି ସ୍ଥାନରେ ନ ଥିବା ଏବଂ ୨୦୧୯ରୁ ଜଣେ ରେଗୁଲାର ପିଇଟି ଶିକ୍ଷକ ଥିବା ବେଳେ ଅନ୍ୟ ଜଣେ ପିଇଟି ଶିକ୍ଷକ ଡେପୁଟେଶନରେ ରହିବା ଘଟଣାକୁ ଗୋପନ ରଖାଯିବା ଆଦିର କାରଣ ଜଣାଇବାକୁ ନୋଟିସ ଆସିଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ କୁହାଯାଇଛି।