ରେଳବାଇକୁ କାରଣ ଦର୍ଶାଅ ନୋଟିସ୍‌

ଯୋଡ଼ା,୨୭ା୧୦(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ବାମେବାରି ସେକ୍ସନ ଅନ୍ତର୍ଗତ ନୟାଗଡ଼ ବିଟ୍‌ ଅନ୍ତର୍ଗତ ପଳଶାଠାରେ ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଳ ମନ୍ତ୍ରଣାଳୟକୁ ବନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣା ଘଟାଇଥିବା ରେଳ ଗାଡ଼ିର ନମ୍ବର୍‌, ସ୍ପିଡ୍‌ ରେଜିଷ୍ଟର, ଲୋକୋ ପାଇଲଟଙ୍କ ସବିଶେଷ ତଥ୍ୟ ଦେବା ପାଇଁ ଜୁରୁଡି ଷ୍ଟେଶନ ମ୍ୟାନେଜରଙ୍କୁ
କୁହାଯାଇଥିବା କେନ୍ଦୁଝର ଡିଏଫ୍‌ଓ ଧନ୍‌ରାଜ ଏଚ୍‌ଡି ସୂଚନା ଦେଇିଛନ୍ତି। ଏଥିସହ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅପରେଶନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ବନ ବିଭାଗ ପକ୍ଷରୁ ଏକ ପ୍ରାରମ୍ଭିକ ସ୍ତରରେ ଏକ ଅପମୃତ୍ୟୁ ମାମଲା (ନଂ. ୬ସିଏଚ /୨୪ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ସେକ୍ସନ ୯) ଅନୁଯାୟୀ ରୁଜୁ କରାଯାଇଛି। ଶୁକ୍ରବାର ସା ପର୍ଯ୍ୟନ୍ତ ରେଲଓ୍ବେ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ଡିଏଫଓ କହିଛନ୍ତି।