Categories: ଜାତୀୟ

କେରଳରେ ଆଉ ୨ କୁଳପତିଙ୍କୁ କାରଣ ଦର୍ଶାଅ ନୋଟିସ

ଥିରୁଭାନନ୍ଥପୁରମ୍‌,୨୬।୧୦: କେରଳ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ମଙ୍ଗଳବାର ଆଉ ୨ ଜଣ କୁଳପତିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ସେମାନଙ୍କର ନିଯୁକ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମାବଳୀର ଉଲ୍ଲଂଘନ କରୁଥିବାରୁ କେଉଁ ଆଇନଗତ ଅଧିକାର ବଳରେ ସେମାନେ ପଦବୀରେ ରହିଛନ୍ତି ବୋଲି ନୋଟିସରେ ପ୍ରଶ୍ନ କରାଯାଇଛି। ଶ୍ରୀନାରାୟଣଗୁରୁ ମୁକ୍ତ ବିଶ୍ୱବିଦ୍ୟାଳୟ ଏବଂ କେରଳ ୟୁନିଭର୍ସିଟି ଅଫ୍‌ ଡିଜିଟାଲ ସାଇନ୍ସ, ଇନୋଭେଶନ ଆଣ୍ଡ୍‌ ଟେକ୍‌ନୋଲୋଜିର ଭିସିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଗତ ସପ୍ତାହରେ ରାଜ୍ୟପାଳ ଅନ୍ୟ ୯ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ। ସୋମବାର ମଧ୍ୟାହ୍ନ ସୁଦ୍ଧା ସେମାନେ ଜବାବ ଦାଖଲ କରିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ନଭେମ୍ବର ୩ ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି।

Share