କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଗୋରୁ ବେପାରୀଙ୍କଠାରୁ ଟଙ୍କା ଲୁଟ୍ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁଣ୍ଡରେ ବନ୍ଧୁକ ଲଗାଇ ଏବଂ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟ୍ର ଶିକାର ହୋଇଥିବା ବେପାରୀ ହେଉଛନ୍ତି କେନ୍ଦୁଝର ଟାଉନ ଥାନାର ଆଲୋକ ପଲେଇ ଓ ଅମୀୟ ବାରିକ। ସେମାନେ ଆହତ ହୋଇ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ଥିବା ଜଣାପଡିଛି।
ପ୍ରକାଶ ଯେ, ଦୁଇ ବେପାରୀ ଏକ ବାଇକ୍ରେ ଛାମୁଣ୍ଡା ହାଟକୁ ଗୋରୁ କିଣିବାକୁ ଯାଉଥିବା ବେଳେ ଏକ ବାଇକ୍ରେ ପିଛା କରି ମୁଖା ପିନ୍ଧିଥିବା ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଦୋବଲାପାଳ ଛକ ନିକଟରେ ଅଟକାଇ ଲୁଟ୍ କରି ଫେରାର ହୋଇଯାଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛି।