ଥରେ ପୁଟିନ ଦେଖନ୍ତୁ ଏହି ଦୃଶ୍ୟ: ଆହତ ଶିଶୁକୁ ଧରି ଭୋ ଭୋ କାନ୍ଦିଲେ ଡାକ୍ତର

କ୍ୱିଭ,୨୮ ।୨: ୟୁକ୍ରେନ ଉପରେ ଫେବୃୟାରୀ ୨୪ରୁ ଲାଗାତାର ଭାବେ ରୁଷିଆ ଆକ୍ରମଣ କରି ଚାଲିଛି । ଏଥିରେ ବହୁ ଧନ ଜୀବନ ନଷ୍ଟ ହେବା ସହ ଏପର୍ଯ୍ୟନ୍ତ ୩୫୨ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏମାନଙ୍କ ମଧ୍ୟରେ ୧୬ ଶିଶୁ ସାମିଲ ଅଛନ୍ତି । ତେବେ ରବିବାର ୟୁକ୍ରେନର ମରିୟୁପୋଲ ଅଞ୍ଚଳରେ ରୁଷିଆ ଆକ୍ରମଣରେ ଜଣେ ୬ ବର୍ଷର ଶିଶୁ ଆହତ ହୋଇଥିବା ବେଳେ ତାଙ୍କ ମାତାପିତା ତାଙ୍କୁ ଚିକିତ୍ସା ଲଗି ହସ୍ପିଟାଲ ନେଇ ଯାଇଥିଲେ । ପିତା ଶିଶୁଟିକୁ ହସ୍ପିଟାଲ ଭିତରକୁ ନେଇ ଯାଇଥିବା ବେଳେ ମା’ ଆମ୍ବୁଲାନ୍ସରେ ବସି ଶିଶୁର ଫେରିବା ବାଟକୁ ଚାହିଁ ଲୁହ ନିଗାଡି ଚାଲିଥିଲେ । ତେବେ ଡାକ୍ତରଙ୍କ ଶତଚେଷ୍ଟା ପରେ ବି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲା ନିଷ୍ପାପ ଶିଶୁଟି । ଏହି ଦୃଶ୍ୟ ହସ୍ପିଟାଲ କର୍ମଚାରୀଙ୍କ ସମେତ ଉପସ୍ଥିତ ସମସ୍ତ ଜନତାଙ୍କ ଆଖିରେ ଲୁହ ଭରି ଦେଇଥିଲା । ଆଉ ଶିଶୁଟିକୁ ଚିକିତ୍ସା କରୁଥିବା ଡାକ୍ତର ନିଜର କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ଉଠିବା ସହ କହିଥିଲେ ପୁଟିନ ଥରେ ଦେଖନ୍ତୁ ଏହି ଦୃଶ୍ୟ । ଏହା କେତେ ହୃଦୟସ୍ପଶୀ ଓ ଯନ୍ତଣା ଦାୟକ ତାହା ବୟାନ କରିବା କଷ୍ଟକର ।

Share