ବନ୍ଧୁକ ଦେଖାଇ ଗାଡିକୁ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

କୋଟଗଡ଼,୧୯।୧୦(ଡି.ଏନ.ଏ.): ବନ୍ଧୁକ ଦେଖାଇ ଲୁଟିନେଲେ ଅମୃତଭଣ୍ଡା ବୋଝେଇ ପିକଅପ୍‌ ଭ୍ୟାନ୍‌। କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନରେ ଥିବା ଜକିକିଆ ସ୍ଥାନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ମୁନିଗୁଡାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ପିକଅପ୍‌ ଭ୍ୟାନକୁ ରାତି ୧୨ଟା ସମୟରେ ଜକିକିଆ ରାସ୍ତାରେ ଅଟକାଇ ଗାଡିକୁ ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ଗାଡି ସହିତ ୧୨ହଜାର ଟଙ୍କା ଓ ଦୁଇଟି ମୋବାଇଲ ମଧ୍ୟ ନେଇଯାଇଥିବା ଜଣାପଡିଛି। ତେବେ ଗାଡିଟି ସରତ ସ୍ବାଇଁ ନାମରେ ଥିବା ବେଳେ ବାଲିଗୁଡ଼ା ଥାନାରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Share