ଅନ୍ୟର ଜମି ଦେଖାଇ ସାଢ଼େ ୫ଲକ୍ଷ ଟଙ୍କା ନେଇଗଲେ

ଡେରାବିଶ,୩୦।୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଞ୍ଚଳରେ ଜମି ବ୍ୟବସାୟୀଙ୍କ ରାଜ୍‌ ଚାଲିଛି। ଜମି ଯୋଗାଇ ଦେବା ଆଳରେ କେତେଜଣ ବ୍ୟକ୍ତି ଅନ୍ୟର ଜମିକୁ ଦେଖାଇ ନିରୀହ ଗରିବ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଡେରାବିଶ ଥାନା ଖମେଳ ପଞ୍ଚାୟତ ଅନ୍ତର୍ଗତ ବଡ଼ଫୋଗଳ ଗ୍ରାମର ବିଚିତ୍ର ଶତପଥୀଙ୍କ ପରିବାର ଭୂମିହୀନ। ବାସଉପଯୋଗୀ ଜମି ଖଣ୍ଡିଏ କିଣିବା ପାଇଁ ବିଚିତ୍ରଙ୍କ ସ୍ତ୍ରୀ ବାସନ୍ତୀ ତାଙ୍କ ବାପଘର ଚଷାଖଣ୍ଡ ଗ୍ରାମର ଅଜୟ ସିଂହଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଅଜୟ ବାସନ୍ତୀଙ୍କୁ ୩ ଗୁଣ୍ଠ ବିକ୍ରି କରିବେ ବୋଲି ପ୍ରତିଶ୍ରୁତି ଦେଇ ଜମି ଦେଖାଇଥିଲେ। ଜମି ବାସନ୍ତୀଙ୍କ ପସନ୍ଦ ହେବାରୁ ଅଜୟ ବାସନ୍ତୀଙ୍କଠାରୁ ୩ ଗୁଣ୍ଠ ଜମି ବିକ୍ରି ବାବଦରେ ୫ଲକ୍ଷ ୫୦ ହଜାର ଟଙ୍କା ଆଗୁଆ ନେଇଥିଲେ। ତେବେ ଟଙ୍କା ନେବା ପରେ ଅଜୟ ଆଉ ବାସନ୍ତୀଙ୍କୁ ଧରାଛୁଆଁ ଦେଇ ନ ଥିଲେ କି ଜମି ରେଜେଷ୍ଟ୍ରି କରି ନ ଥିଲେ। ପରେ ବାସନ୍ତୀଙ୍କୁ ଅଜୟ ଯେଉଁ ଜମି ଦେଖାଇଥିଲେ ତାହା ଅଜୟଙ୍କ ନୁହେଁ ବୋଲି ବାସନ୍ତୀ ଜାଣିପାରି ତାଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ। ହେଲେ ସେ ଟଙ୍କା ଫେରାଇ ନ ଥିଲେ। ତାଙ୍କ ପାଖକୁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ବାସନ୍ତୀ ଡେରାବିଶ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଡେରାବିଶ ଥାନାରେ ଏ ନେଇ ଏକ ମାମଲା(ନଂ.୨୧/୨୦୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ପରେ ଅଜୟଙ୍କ ଭାଇ ବିଜୟ ସିଂ, ବାପା ଦୁର୍ଗା ପ୍ରସାଦ ସିଂ ପରିବାରର ସଦସ୍ୟ ମାମୁନି ସିଂ ଓ ମଇନା ସିଂ ରାଗରେ ବାସନ୍ତୀ ଓ ତାଙ୍କ ସ୍ବାମୀ ବିଚିତ୍ରଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ବାସନ୍ତୀ ପୁଣି ଥରେ ଡେରାବିଶ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାକୁ ନେଇ ପୋଲିସ ଅନ୍ୟ ଏକ ମାମଲା(ନଂ.୭୧/୨୪) ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ପୋଲିସ ତରଫରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବାରୁ ବାସନ୍ତୀଙ୍କ ପରିବାର ବାଧ୍ୟ ହୋଇ ନ୍ୟାୟାଳୟର ଆଶ୍ରୟ ନେଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ଥାବ କରୋମ ଅଭାବରୁ ବାତିଲ

ପାଟଣା,୩୦।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତର ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ସୋମବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅନାସ୍ଥା ପ୍ରସ୍ତାବ...

ଚାଲିଥିଲା କାମ, ହଠାତ୍‌ ଜିଲାପାଳଙ୍କ ଅଫିସରେ ଲାଗିଗଲା ନିଆଁ

ଖୋର୍ଦ୍ଧା ,୩୦।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ଇନଭଟର୍ର ବ୍ୟାଟେରୀ ଫାଟି ଏହି ଅଗ୍ନିକାଣ୍ଡ ଘଟିଛି। ଫଳରେ ନିଆ ଲାଗି କିଛି କାଗଜ...

ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍‌ ମୃତ

ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ...

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ): ଗଛ ଡାଳରୁ ସୋମବାର ଜଣେ ଛାତ୍ରଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ...

ପଦ୍ମ ଧରିଲେ ୯ ସମିତି ସଭ୍ୟାସଭ୍ୟ

କୁଜଙ୍ଗ,୩୦।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ୯ ଜଣ ସମିତି ସଭ୍ୟାସଭ୍ୟ ରବିବାର ରାତିରେ ବିଜେଡି ଛାଡ଼ି ବିଧିବଦ୍ଧ ଭାବେ...

ବବିଙ୍କ ଆହ୍ବାନ କହିଲେ…

ରସୁଲପୁର,୩୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀର ରସୁଲପୁର ବ୍ଲକ ଶାଖା ବିଜେଡି ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟାରେ କୁଆଖିଆସ୍ଥିତ ଏସ୍‌କେ ଲଜିଂ...

କୂଅରୁ ହାତୀକୁ ଉଦ୍ଧାର କଲା ବନବିଭାଗ

କେସିଙ୍ଗା, ୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମ ନିକଟରେ ଥିବା କାଜୁବାଦାମ ପରିସରରେ ଏକ କୂଅରେ ହାତୀ ପଡିଥିବାର ଜାଣି...

ଗାଁ ଗାଁ ରେ ବିକ୍ରି ହେଉଛି ଦେଶୀ ବିଦେଶୀ ମଦ, ନିରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୩୦।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ସବୁଠି ମିଳୁଛି ଦେଶୀ ବିଦେଶୀ ମଦ। ପାନ ଦୋକାନ,ତେଜରାତି ଦୋକାନଠୁ ଆରମ୍ଭ କରି ପ୍ରତି ଗ୍ରାମର ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri