ଚାରିଦିନ ପାଇଁ ଏନ୍‌ସିବି ହେପାଜତକୁ ଗଲେ ରିଆଙ୍କ ଭାଇ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ବେଳକୁ ବେଳ ଭିନ୍ନ ମୋଡ ନେଉଛି। ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ମୁଖ୍ୟଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତି ତାଙ୍କ ଭାଇଙ୍କ ମଧ୍ୟରେ ନିଶା କାରବାରକୁ ନେଇ ହୋଇଥିବା ହ୍ବାଟସ୍‌ ଆପ୍‌ ଚାଟ୍‌ ଭାଇରାଲ ହୋଇଥିଲା। ଏହାପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଶୁକ୍ରବାର ରିଆ, ତାଙ୍କ ଭାଇ ଶୌବିକ ଓ ସହଯୋଗୀ ସାମୁଏଲ ମିରାଣ୍ଡାଙ୍କ ଘରର ତଲାସି ନେଇଥିଲା। ଏହାପରେ ଶୌବିକ ଓ ସାମୁଏଲଙ୍କୁ ଗିରଫ କରାଯାଇଥିଲା। ଶନିବାର ମୁମ୍ବାଇର ଏସପ୍ଲାନେଡ କୋର୍ଟ ଶୌବିକ ଚକ୍ରବର୍ତ୍ତି ଓ ସାମୁଏଲ ମିରାଣ୍ଡାଙ୍କୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏନ୍‌ସିବି ହେପାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ କାଇଜେନ ଇବ୍ରାହିମଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share