ଡ୍ରଗ୍ସ ମାମଲା: ଜାମିନ ପାଇଁ ଆବେଦନ କଲେ ରିଆଙ୍କ ଭାଇ

ମୁମ୍ବାଇ,୭ ।୧୧: ଡ୍ରଗ୍ସ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଶନିବାର ଜାମିନ ଆବେଦନ କରିଛନ୍ତି । ମୁମ୍ବାଇର ସ୍ୱତନ୍ତ୍ର ଏନ୍‌ଡିପିଏସ୍ କୋର୍ଟରେ ସେ ଏହା ଦାଖଲ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ପାଖାପାଖି ୧ ମାସ ପୂର୍ବରୁ ବମ୍ବେ ହାଇକୋର୍ଟ ଶୌଭିକଙ୍କ ଜାମିନ ଆଦେନକୁ ଖାରଜ କରି ଦେଇଥିଲେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଶୌଭିକଙ୍କୁ ଡ୍ରଗ୍ସ ମାମଲରେ ଗିରଫ କରିଥିଲା । ୨୪ ବର୍ଷୀୟ ଶୌଭିକଙ୍କୁ ୪ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା । ସେତେବେଳେ ଜଣାପଡିଥିଲା କି ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ମାମଲାର ସମ୍ପର୍କ ଥିବା ବେଳେ ଏଥିରେ ପାଖାପାଖି ୨୦ ଜଣଙ୍କୁ ପଚରାଉଚରା କରାଯାଇଥିଲା ।

Share