କାର୍ କିଣିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସ୍ବପ୍ନ ହୋଇଥାଏ। ସେମିତି ଏକ ପରିବାରର ସ୍ବପ୍ନ ଥିଲା କାର୍ କିଣିବାକୁ। ଏହି ସ୍ବପ୍ନକୁ ପୂରା କରିବାକୁ ସପରିବାର ଯାଇ ପହଞ୍ଚିଥିଲେ ଶୋ’ ରୁମ୍ରେ। ସେଠାରେ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ଇନ୍ଦୋରର ଏକ ପରିବାର କାର୍ କିଣିବାକୁ ଶୋ’ରୁମ୍ ଯାଇଥିଲେ। ସେଠାରୁ କାର୍ କିଣି ସାରି ଶ୍ୱଶୁର ନିଜ ବୋହୂଙ୍କ ଦ୍ୱାରା ଶୁଭ ମହୁରତ କରିବାକୁ ଚାହିଁଲେ। ବୋହୂ କାର୍ଟିକୁ ଗଡ଼ାଇଥିଲେ। ପରେ ଏହାକୁ ରୋକିବା ପାଇଁ ବ୍ରେକ୍ ନ ମାରି ଏକ୍ସିଲେଟରକୁ ଜୋର୍ରେ ମୋଡ଼ିଦେଲେ। ଫଳରେ କାର୍ଟି କାଚକାନ୍ଥ ଭାଙ୍ଗି ୩ ଫୁଟ ଦୂରରେ ଥିବା ଆଉ ଏକ କାର୍ ଉପରେ ଯାଇ ପଡ଼ିଲା। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ କାର୍ ଦୁଇଟିର କିନ୍ତୁ ବହୁ କ୍ଷତି ହୋଇଛି। ଉକ୍ତ ପରିବାର ଯେଉଁ ଗାଡ଼ି କିଣିଥିଲେ ତାହାର ଦାମ୍ ୭ ଲକ୍ଷ। ମାତ୍ର ଅନ୍ୟ ଯେଉଁ କାର୍ଟି କ୍ଷତିଗ୍ରସ୍ତ ହୋଇଥିଲା ତା’ର ଦାମ୍ ୧୫ ଲକ୍ଷ। ଦୁଇଟି ଗାଡ଼ିର ବୀମା ନ ହେଉଣୁ ଆର୍ଥିକ କ୍ଷତି ପହଞ୍ଚିଛି। ଶୋ’ରୁମ୍ ମାଲିକଙ୍କୁ ୫୦-୫୦ ପ୍ରତିଶତ ଦେଇ ଏହି ପରିବାର ଘରକୁ ଫେରିଥିଲେ।