ଭଉଣୀଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ଭାଇଙ୍କୁ ମାଗିଲେ ଟଙ୍କା: ଅଭିଯୁକ୍ତ ଗିରଫ

ଫୁଲନଖରା,୨୧ା୧୦(ସତ୍ୟରଞ୍ଜନ ଦାସମହାପାତ୍ର): ଭଉଣୀଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକ ଦେଇ ଭାଇଙ୍କଠାରୁ ୫ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ କଟକ ସଦର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କଟକ ଜିଲା ଗୋବିନ୍ଦପୁର ଥାନା ଅଧୀନ ଶଙ୍ଖୁଆ ଗ୍ରାମର ସନ୍ତୋଷ ରାୟ।

ପୋଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅନ୍ତର୍ଗତ ଧାନଘର ପଡା ଗ୍ରାମର ଜଣେ ଯୁବକ ଓ ସନ୍ତୋଷଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇଥିଲା। କିଛିଦିନ ପରେ ସମ୍ପୃକ୍ତ ଯୁବକଙ୍କ ମୋବାଇଲ ଫୋନରୁ ତାଙ୍କ ବିବାହିତ ଭଉଣୀଙ୍କ ମୋବାଇଲ ନମ୍ବର ସନ୍ତୋଷ ସଂଗ୍ରହ କରିଥିଲେ। ଏହାପରେ ତାଙ୍କ ଭଉଣୀଙ୍କ ଅଜାଣତରେ ସନ୍ତୋଷ ଭିଡିଓ କଲ୍‌ କରି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେହି ଭିଡିଓଗୁଡିକୁ ସମ୍ପୃକ୍ତ ଯୁବକଙ୍କୁ ଦେଖାଇ ସନ୍ତୋଷ ୫ ଲକ୍ଷ ଟଙ୍କା ମାଗିଥିଲେ।

ଟଙ୍କା ନ ଦେଲେ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବେ ବୋଲି ସେ ଧମକ ଦେଇଥିଲେ। ଏନେଇ ଯୁବକ ଜଣଙ୍କ କଟକ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ. ୫୭୩/୨୪)ରୁଜୁ କରି ସନ୍ତୋଷଙ୍କୁ ନବରଙ୍ଗପୁରରୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ମୃତ ଯୁବକଙ୍କ ପରିଚୟ, ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ଶନିବାର ଜଣେ ଅଚିହ୍ନା ଯୁବକଙ୍କ ମୃତଦେହକୁ ସତ୍କାର କରିଛନ୍ତି । ଗତ ୨୧ତାରିଖ ବରଗଡ଼...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ, ଅଂଶୁଘାତ ଅଭିଯୋଗ

ଦିଗପହଣ୍ଡି,୨୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥପୁର ବସଷ୍ଟାଣ୍ଡ ଛକ ରାସ୍ତା ଉପରେ ଜଣେ ବୃଦ୍ଧ ଶନିବାର ଅପରାହ୍ନ ପ୍ରାୟ ୨ ଟାରେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image