୫ ବର୍ଷ ପୂର୍ବେ ଏନ୍‌ଆର୍‌ଆଇଙ୍କ ସହ ନିର୍ବନ୍ଧ କରିଥିଲେ ଏହି ଅଭିନେତ୍ରୀ, ଏଥିପାଇଁ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ଅଭିନେତ୍ରୀ ଶ୍ରର୍ଦ୍ଧା ଆର଼୍ୟା ଟେଲିପରଦାର ଜଣାଶୁଣା ନାମ। ‘ମେ ଲକ୍ଷ୍ମୀ ତେରେ ଆଙ୍ଗନ କି, ତୁମ୍‌ହାରୀ ପାଖି, ଡ୍ରିମ୍‌ ଗର୍ଲ’ ଭଳି ଅନେକ ଧାରାବାହିକରେ କାମ କରିଥିବା ଆର଼୍ୟା ଏବେ ‘କୁଣ୍ଡଲି ଭାଗ୍ୟ’ରେ ନଜର ଆସୁଛନ୍ତି। ନିଜର ପ୍ରିତା ଚରିତ୍ରକୁ ନେଇ ସେ ବେଶ୍‌ ଲୋକପ୍ରିୟ ମଧ୍ୟ। କେବଳ ଯେ କାମ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି ଶ୍ରଦ୍ଧା।

୨୦୧୯ରେ ରିଆଲିଟି ଶୋ’ ‘ନଚ ବଲିୟେ’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ଶ୍ରଦ୍ଧା। ଏଥିରେ ତାଙ୍କର ସାଥୀ ଥିଲେ ଜଳନ୍ଧରର ବ୍ୟବସାୟୀ ଆଲମ ମକ୍କର। ସେତେବେଳେ ଶ୍ରଦ୍ଧା ତାଙ୍କୁ ଡେଟ୍‌ କରୁଥିବା କହିଥିଲେ। କିଛିଦିନ ପରେ ଉଭୟ ନିର୍ବନ୍ଧ କରିଥିବା କୁହାଯାଉଥିଲା। ହେଲେ ଶୋ’ ଶେଷ ହେବାର ଦୁଇ ମାସ ପରେ ସେମାନେ ଅଲଗା ହୋଇଯାଇଥିଲେ।

ଶ୍ରଦ୍ଧା ୨୦୧୫ରେ ଏନ୍‌ଆର୍‌ଆଇ ଜୟନ୍ତଙ୍କ ସହ ନିର୍ବନ୍ଧ କରିଥିଲେ। ତାଙ୍କୁ ସେ ବିବାହ କରିଥାନ୍ତେ ମଧ୍ୟ। ହେଲେ ଶ୍ରଦ୍ଧା ଅଭିନୟ ଛାଡ଼ନ୍ତୁ ବୋଲି ସେ ଚାହୁଁଥିଲେ। ଏଥିରେ ଅରାଜି ହୋଇଥିଲେ ଶ୍ରଦ୍ଧା। ଶେଷରେ ଶ୍ରଦ୍ଧା ଅଭିନୟ ଜାରି ରଖିବାକୁ ନିର୍ବନ୍ଧ ଭାଙ୍ଗି ଦେଇଥିଲେ।

Share