ବିବାହ ବନ୍ଧନରେ ବାନ୍ଧି ହେବେ ଶ୍ରଦ୍ଧା

ମୁମ୍ବାଇ : ଟେଲି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟ ଖୁବ୍‌ ଶୀଘ୍ର ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ସେ ଲୋକପ୍ରିୟ ଟେଲି ଧାରାବାହିକ ‘କୁଣ୍ଡଳୀ ଭାଗ୍ୟ’ରେ କାମ କରୁଛନ୍ତି । ଏହି ଶୋ’ ମାଧ୍ୟମରୁ ସେ ଘରେ ଘରେ ବେଶ୍‌ ପରିଚିତ ହୋଇପାରିଛନ୍ତି । ଅନେକ ଥର ଟିଭି ପରଦାରେ ବୋହୂ ସାଜି ସାରିଥିବା ଶ୍ରଦ୍ଧା ଖୁବ୍‌ ଶୀଘ୍ର ରିଏଲ ଜୀବନରେ ବୋହୂ ସାଜିବାକୁ ଯାଉଛନ୍ତି ।

ଦିଲ୍ଲୀରେ ଶ୍ରଦ୍ଧାଙ୍କ ବିବାହର ପ୍ରସ୍ତୁତି ଚାଲୁଛି। ୧୬ ନଭେମ୍ବର ୨୦୨୧ରେ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ସେ କାହାକୁ ବିବାହ କରିବେ ସେ ବିଷୟରେ ବିଶେଷ କିଛି ଜଣା ପଡି ନାହିଁ । କିନ୍ତୁ ସେ ଅଭିନୟ ଦୁନିଆର ନୁହନ୍ତି ବରଂ ନାଭି ଅଫିସର ବୋଲି କୁହାଯାଉଛି ।

Share