ଏହି ବିବାହିତ ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ଶ୍ରଦ୍ଧା କପୁର: ତାଙ୍କ ସହ ଏକତ୍ର ରହିବା ପାଇଁ କରିଥିଲେ ଏମିତି କିଛି…

ବର୍ତ୍ତମାନ ସମୟରେ ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଶ୍ରଦ୍ଧା କପୁର। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଛୋଟ ଏବଂ ବଡ ବଜେଟ ସିନେମାରେ କାମ କରିସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି। ଗତ ବର୍ଷ ତାଙ୍କୁ ବରୁଣ ଧଓ୍ବନଙ୍କ ସହ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ ଏବଂ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ‘ସାହୋ’ରେ ଦେଖିବାକୁ ମିଳିଥିଲା। ‘ସାହୋ’ ଏକ ବିଗ୍‌ ବଜେଟ୍‌ ଫିଲ୍ମ ଥିଲା।
ତେବେ ଏକ ସମୟରେ ଶ୍ରଦ୍ଧା ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥିଲେ। ସେ ବିବାହିତ ଅଭିନେତା ଫରହାନ୍‌ ଅଖତର୍‌ଙ୍କ ପ୍ରେମରେ ପାଗଳ ଥିଲେ। ଏପରିକି ଶ୍ରଦ୍ଧା ତାଙ୍କ ସହ ଏକାଠି ରହିବାକୁ ଚାହୁଁଥିଲେ। ତେଣୁ ସେ ଫରହାନ୍‌ଙ୍କ ଘରେ ପହଞ୍ଚି ଯାଇଥିଲେ। ଏହା ଶ୍ରଦ୍ଧାଙ୍କ ମା’ ବାପା ଜାଣିବା ପରେ ଫରହାନ୍‌ଙ୍କ ଘରେ ପହଞ୍ଚି ଝିଅକୁ ନେଇ ଯାଇଥିଲେ। ସେହି ସୟମରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

 

Share