ଲେହେଙ୍ଗା ପିନ୍ଧି ସମୁଦ୍ର କୂଳରେ ମଜା ଉଠାଉଛନ୍ତି ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ତାଙ୍କ ନୂଆ ନୂଆ ଫଟୋ ଓ ଭିଡିଓକୁ ନେଇ ଅଛନ୍ତି ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଏବେ ଏକ ଭିଡିଓକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସାଧାରଣତଃ ବଲିଉଡ୍ ସୁନ୍ଦରୀମାନେ ମାଲଦ୍ୱୀପ ଗସ୍ତରେ ଛୁଟି କାଟିବାକୁ ଯାଇଥାଆନ୍ତି । ଆଉ ସେଠାରେ ସମୁଦ୍ର କୂଳରେ ବିକିନି ପିନ୍ଧି ମସ୍ତି କରିବାର ଫଟୋ ଶେୟାର କରିଥାଆନ୍ତି । କିନ୍ତୁ ଶ୍ରଦ୍ଧା ମାଲଦ୍ୱୀପ ଯାଇଛନ୍ତି ସତ ଆଉ ସମୁଦ୍ର କୂଳର ମଜା ବି ନେଇଛନ୍ତି । କିନ୍ତୁ ସେ ସେଠାକୁ ଛୁଟି କାଟିବାକୁ ନୁହେଁ ବରଂ କଜିନ ବ୍ରଦର ପ୍ରିୟାଙ୍କ ଶର୍ମାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଶ୍ରଦ୍ଧା ଲେହେଙ୍ଗା ପିନ୍ଧି ସମୁଦ୍ର କୂଳର ମସ୍ତି କରିବାର ଏକ ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏକ ଭିଡିଓରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ବିବାହ କାର୍ଯ୍ୟରେ ଯୋଗ ଦେଇଥିବା ଦେଖାଯାଇଛି । ଶ୍ରଦ୍ଧାଙ୍କ ପ୍ରଶଂସକଙ୍କୁ ଏହି ଦୁଇଟି ଭିଡିଓ ଖୁବ୍ ପସନ୍ଦ ଆସିଛି ।

Share