ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଶ୍ରଦ୍ଧା

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବ୍ରେକ୍‌ଅପ୍‌ ହୋଇଯିବା ଖବର ଆଲୋଚନା ହେଉଛି। ଯଦିଓ ଶ୍ରଦ୍ଧା ତାଙ୍କ ସମ୍ପର୍କ ସ୍ଥିତିକୁ କେବେ ପ୍ରକାଶ କରିନାହାଁନ୍ତି, କିନ୍ତୁ ବିଟାଉନରେ ସେ ପ୍ରସିଦ୍ଧ ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କ ସହ ସମ୍ପର୍କ ଥିବା ନେଇ ପ୍ରାୟତଃ ଚର୍ଚ୍ଚା ହୁଏ। ଉଭୟଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳେ। ୪ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ ଅଲଗା ହୋଇଯାଇଛନ୍ତି। ବ୍ରେକ୍‌ଅପ୍‌ ପରେ ଦୁହେଁ ଆଗକୁ ବଢୁଛନ୍ତି। ନିକଟରେ ଶ୍ରଦ୍ଧା ଗୋଆରେ ଜନ୍ମଦିନ ପାଳନ କରିଥିଲେ। ଏଥିରେ ରୋହନ ଯୋଗ ଦେଇ ନ ଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିବା କୁହାଯାଉଛି।
ଶ୍ରଦ୍ଧା କପୁର ‘ଆଶିକୀ ୨’ ନିଜ ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏବେ ସେ ଲଭ ରଂଜନଙ୍କ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି।

Share