ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶ୍ରଦ୍ଧା

ବମ୍ବେ: ଲେଖକଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁର। ଅଭିନେତା ଆଦିତ୍ୟ ରୟ କପୁରଙ୍କ ପରେ ଫଟୋଗ୍ରାଫର ରୋହିତ ଶ୍ରେଷ୍ଠଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେମାନଙ୍କଠାରୁ ବାଟ ଅଲଗା କରି ଶ୍ରଦ୍ଧା ଏବେ ‘ତୁ ଝୁଟି ମେ ମକ୍କାର’ ଲେଖକ ରାହୁଲ ମୋଦିଙ୍କୁ ଡେଟ୍‌ କରୁଛନ୍ତି। ନୂଆ ପ୍ରେମ ହୋଇଥିବାରୁ ଉଭୟ ଏହି ସମ୍ପର୍କକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି।

‘ତୁ ଝୁଟି ମେ ମକ୍କାର’ର ଶୁଟିଂ ଦିନରୁ ରାହୁଏ ଏବଂ ଶ୍ରଦ୍ଧା ପରସ୍ପରର ନିକଟତର ହୋଇଥିଲେ। ଏହି ଫିଲ୍ମ ଯୋଗେ ଶ୍ରଦ୍ଧା ଅନେକ ଦିନ ପରେ ବଡ଼ ପରଦାକୁ ଫେରିଥିଲେ। ଫିଲ୍ମରେ ଅଭିନେତା ରଣବୀର କପୁର ନାୟକ ଭୂମିକାରେ ଅଭିନୟ କରିଥିଲେ। ଦୁହିଁଙ୍କ ଯୋଡି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲା। ଏବେ ଅଭିନେତ୍ରୀଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ‘ସ୍ତ୍ରୀ ୨’ରେ ସେ କାମ କରୁଥିବା ବେଳେ ନିର୍ମାତା ନିକଟରେ ଫିଲ୍ମର ରିଲିଜ ଡେଟ୍‌ ନେଇ ଘୋଷଣା କରିଛନ୍ତି।

Share