ଫ୍ୟାନ୍ସଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ନାୟିକା ଶ୍ରଦ୍ଧା କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’କୁ ନେଇ ଅନେକ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ । ଏବେ ଶ୍ରଦ୍ଧା ତାଙ୍କର ଏହି ମୁଭିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଶ୍ରଦ୍ଧା କପୁରଙ୍କ ଫଟୋ ଓ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହାଇଥାଏ । ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ପ୍ରଶଂସକଙ୍କ ସହ ଏୟାରପୋର୍ଟରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖାଯାଇଛି ।
ସେଲିବ୍ରିଟି ଫଟୋଗ୍ରାଫର ୱରିନ୍ଦର ଚାୱଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଶ୍ରଦ୍ଧା କପୁର ଏୟାରପୋର୍ଟରେ ଥିବା ଦେଖାଯାଇଛି । ଏତିକିବେଳେ ଜଣେ ପ୍ରଶଂସକ ତାଙ୍କ ସହ ଡ୍ୟାନ୍ସ କରିବାକୁ କହିଛନ୍ତି । ଆଉ ଶ୍ରଦ୍ଧା ତାଙ୍କ କଥା ନ ଭାଙ୍ଗିପାରି ତାଙ୍କ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ର ଗୀତ ‘ଶୋ ମି ଦ ଠୁମକେ’ରେ ଏୟାରପୋର୍ଟରେ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ତାଙ୍କର ଏହି ଭିଡିଓକୁ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି ।
ଶ୍ରଦ୍ଧାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’ ୮ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି । ଏଥିରେ ପ୍ରଥମଥର ଶ୍ରଦ୍ଧା କପୁର ଓ ରଣବୀର କପୁରଙ୍କ ଯୋଡିକୁ ଦେଖିବାକୁ ମିଳିବ । ମୁଭିର ଟ୍ରେଲର ଓ କିଛି ଗୀତ ରିଲିଜ୍ ହୋଇସାରିଛି । ଏହାକୁ ଭଲ ରେସପନ୍ସ ମିଳିଛି ।

Share