ଚର୍ଚ୍ଚାରେ ଶ୍ରଦ୍ଧାଙ୍କ ପୋଷାକ

ମୁମ୍ବାଇ: ନିଜର କ୍ୟୁଟନେସ୍ ପାଇଁ ଚର୍ଚ୍ଚାରେ ଥିବା ଶ୍ରଦ୍ଧା କପୁର ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ପୋଷାକକୁ ନେଇ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ କଜିନ ପଦ୍ମିନି କୋହ୍ଲାପୁରେଙ୍କ ପୁଅ ପ୍ରିୟାଙ୍କ ଶର୍ମା ଓ ପ୍ରଯୋଜକ କରିମ ମୋରନିଙ୍କ ଝିଅ ସିଜା ମୋରିନଙ୍କ ବିବାହରେ ଯୋଗ ଦେଇଥିଲେ । ଏହି ବିବାହରେ ତାଙ୍କ ପରିବାର ସଦସ୍ୟ ବି ଯୋଗ ଦେଇଥିଲେ । ତେବେ ବିବାହ ଉତ୍ସବରେ ଶ୍ର୍‌ଦ୍ଧା ଯେଉଁ ଡ୍ରେସ୍ ପିନ୍ଧିଥିଲେ ତାକୁ ନେଇ ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି । ଶ୍ରଦ୍ଧା ପିନ୍ଧିଥିବା ହ୍ୱାଇଟ ଶରାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କର ଏହି ଟ୍ରାଡିଶନାଲ ଆଉଟଫିଟ୍ ଅନିତା ଡୋଗରେଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । ତେବେ ଏହି ଟ୍ରାଡିଶନାଲ ଡ୍ରେସର ଦାମ ଏବେ ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ଏହାର ଦାମ୍ ଥିଲା ୬୦ ହଜାର ଟଙ୍କା । ତେବେ ଶ୍ରଦ୍ଧାଙ୍କ ଏହି ଡ୍ରେସ୍ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ କେତେଜଣ ଯୁବତୀ ଏବେ ଏହାକୁ ସର୍ଚ୍ଚ କରୁଥିବା ଦେଖାଯାଇଛି । ଶ୍ରଦ୍ଧାଙ୍କ ଷ୍ଟାଇଲିଷ୍ଟ ନର୍ମତା ଦିପକ ତାଙ୍କ ଇନଷ୍ଟାଗ୍ରାମରେ ଏହାକୁ ଶେୟାର କରିଛନ୍ତି । ଏଥିରେ ଅଭିନେତ୍ରୀ ଲାଇଟ୍ ମେକଅପ୍ ନେଇଥିବା ଦେଖାଯାଇଛି । ହ୍ୱାଇଟ ଆଉଟ ଫିଟ୍ ସହ ବ୍ଲାକ ବିନ୍ଦି ଓ କେଶ ଖୋଲା ରଖିଥିବା ଶ୍ରଦ୍ଧା ବେଶ୍ କ୍ୟୁଟ ଲାଗୁଛନ୍ତି । ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ଶ୍ରଦ୍ଧା ଫ୍ୟାଶନ ସେନ୍ସକୁ ନେଇ ମଧ୍ୟ ସେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି ।

Share