Advertisement

ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋମବାର ନିଜର ୩୮ ତମ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଗତ କିଛି ମାସ ହେବ ଶ୍ରଦ୍ଧା ତାଙ୍କ ଫିଲ୍ମ ସହ ନିଜ ଡେଟିଂ ଲାଇଫ୍‌କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ ଜଣକ ବଲିଉଡ୍‌ର ସ୍କ୍ରିନ୍‌ ରାଇଟର ରାହୁଲ ମୋଦିଙ୍କୁ ଡେଟ୍‌ କରୁଥିବା ନେଇ ପୂର୍ବରୁ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ଗତବର୍ଷ ଅକ୍ଟୋବରରେ ଏକ ସାକ୍ଷାତ୍‌କାର ସମୟରେ ଶ୍ରଦ୍ଧା ରାହୁଲଙ୍କ ନଁା ନ ନେଇ ରିଲେଶନ୍‌ଶିପ୍‌ରେ ଥିବା ନେଇ ସ୍ପଷ୍ଟ କରିଥିଲେ। ତେବେ ନିକଟରେ ଶ୍ରଦ୍ଧାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ରାହୁଲଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଛି।

ଫିଲ୍ମ ତାରକାଙ୍କର ଜୀବନ ଶୈଳୀକୁ କଭର୍‌ କରୁଥିବା ଫଟୋଗ୍ରାଫର ସଂସ୍ଥା ‘ପେପରାଜି’ ପକ୍ଷରୁ ନିକଟରେ ଶ୍ରଦ୍ଧାଙ୍କୁ ମୁମ୍ବାଇର ଏକ ସ୍ଥାନରେ ସ୍ପଟ୍‌ କରାଯାଇଥିଲା। ସେଠାରେ ଶ୍ରଦ୍ଧା ଜିମ୍‌ ଆଉଟ୍‌ଫିଟ୍‌ରେ ନଜରକୁ ଆସିଥିଲେ। ଶ୍ରଦ୍ଧା ସେତେବେଳେ କୌଣସି ସ୍ଥାନକୁ ଯିବା ପାଇଁ ତରତର ହେଉଥିବା ବେଳେ ସେ ତାଙ୍କ ହାତରେ ନିଜ ମୋବାଇଲକୁ ଧରିଥିଲେ। ତେବେ ଶ୍ରଦ୍ଧାଙ୍କ ଫୋନ୍‌ର ୱାଲ୍‌ପେପରରେ ରାହୁଲଙ୍କ ସହ ତାଙ୍କର ଏକ ରୋମାଣ୍ଟିକ ଫଟୋ ଥିବା ନେଇ ‘ପେପରାଜି’ର କ୍ୟାମେରାରେ ରେକର୍ଡ ହୋଇଯାଇଥିଲା।

ଏହି ଫଟୋରେ ଉଭୟ ଶ୍ରଦ୍ଧା ଏବଂ ରାହୁଲ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ପେପରାଜି ପକ୍ଷରୁ ରେକର୍ଡ ହୋଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଏହାପୂର୍ବରୁ ଗତ ବର୍ଷ ମଧ୍ୟ ଶ୍ରଦ୍ଧା ଓ ରାହୁଲଙ୍କୁ ଏକ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳୁଥିଲା। ସେତେବେଳେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ପ୍ରକାଶ ଯେ, ସ୍କ୍ରିନ୍‌ ରାଇଟର ରାହୁଲ ମୋଦି ଫିଲ୍ମ ନିର୍ମାତା ଲଭ୍‌ ରଞ୍ଜନଙ୍କ ପ୍ରଡକ୍ସନ ହାଉସ୍‌ ‘ଲଭ୍‌ ଫିଲ୍ମସ୍‌’ ସହ ଜଡ଼ିଡ। ୨୦୨୩ରେ ରିଲିଜ୍‌ ହୋଇଥିବା ‘ତୁ ଝୁଟ୍ଟି ମେଁ ମକ୍କାର’ ଫିଲ୍ମର ସେ ସହ ଲେଖକ ଥିଲେ। ଏହି ଫିଲ୍ମରେ ଶ୍ରଦ୍ଧା ମୁଖ୍ୟ ଅଭିନେତ୍ରୀ ଭାବେ ନଜରକୁ ଆସିଥିଲେ। ଉକ୍ତ ଫିଲ୍ମ ରିଲିଜ୍‌ ହେବା ପରଠାରୁ ଉଭୟେ ରାହୁଲ ଓ ଶ୍ରଦ୍ଧା ପରସ୍ପରକୁ ଡେଟ୍‌ କରୁଥିବା ନେଇ ବିଭିନ୍ନ ରିପୋର୍ଟ୍‌ ପ୍ରକାଶ ପାଇଥିଲା।

Share