ବିବାହ କରିବେ ଶ୍ରଦ୍ଧା କପୁର!

ମୁମ୍ବାଇ: ବଲିଉଡ୍‌ରେ ଏବେ ଗୋଟିଏ ପରେ ଗୋଟିଏ ବିବାହ ହେଉଥିବା ଦେଖାଯାଉଛି । ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ନାୟିକା ଶ୍ରଦ୍ଧା କପୁର । ସେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଆଲୋଚନା ହେଉଛି । ନିଜ ପର୍ସନାଲ ଲାଇଫକୁ ସବୁବେଳେ ସିକ୍ରେଟ ରଖୁଥିବା ଶ୍ରଦ୍ଧା କିନ୍ତୁ କୌଣସି ନା କୌଣସି କାରଣ ପାଇଁ ଅଧିକାଂଶ ସମୟ ଆସିଯାଇଥାଆନ୍ତି ଚର୍ଚ୍ଚାକୁ । ଶ୍ରଦ୍ଧା କୁଆଡେ ଫେମଶ ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କୁ ବିବାହ କରିବେ ବୋଲି କୁହାଯାଉଛି । ନିକଟରେ ଏକ ସାକ୍ଷାତ୍‌କାରରେ ତାଙ୍କ କଜିନ ଭାଇ ପ୍ରିୟାଙ୍କ ଶର୍ମା ଓ ମାଉସୀ ପଦ୍ମିନୀ କୋହ୍ଲାପୁରେ ଶ୍ରଦ୍ଧାଙ୍କ ବିବାହକୁ ନେଇ କଥା ହୋଇଛନ୍ତି । ପ୍ରିୟାଙ୍କ କହିଛନ୍ତି ଶ୍ରଦ୍ଧା ବିବାହ କରିବେ ଏକଥା ମୋତେ ତ ଜଣା ନାହିଁ ଯଦି ଏମିତି ହେଲା ତାହା ନିଶ୍ଚତ ଏକ ଖୁସି ଖବର । ଅନ୍ୟପଟେ ମାଉସୀ ପଦ୍ମିନୀ କୋହ୍ଲାପୁରେ କହିଛନ୍ତି ଯଦି ଶ୍ରଦ୍ଧା ରୋହନ ଶ୍ରେଷ୍ଠାଙ୍କୁ ବିବାହ କରୁଛନ୍ତି ତେବେ ତାହା ଏକ ଖୁସି ଖବର । ଏମିତି ହେଲେ ଖବର ସମସ୍ତଙ୍କୁ ନିଶ୍ଚିତ ଭାବେ ମିଳିଯିବ । ପୂର୍ବରୁ ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର ବି ତାଙ୍କ ବିବାହକୁ ନେଇ କହିଥିଲେ ଝିଅ ଯାହା ବି ନିଷ୍ପତ୍ତି ନେବ ସେଥିରେ ସେ ଏକମତ । ରୋହନ ଶ୍ରେଷ୍ଠା କାହିଁକି ସେ ଯାହାକୁ ଜୀବନସାଥି ଭାବେ ବାଛିବ ମୁଁ ନିଶ୍ଚିତ ଭାବେ ସେଥିରେ ଏକମତ ବୋଲି କହିଥିଲେ ଶକ୍ତି କପୁର । ଅନ୍ୟପଟେ ନିକଟରେ ଶ୍ରଦ୍ଧା ଏକ ବ୍ରାଇଡାଲ ଫଟୋ ଶୁଟ୍ କରିଥିବାରୁ ତାଙ୍କର ବିବାହକୁ ନେଇ ଚର୍ଚ୍ଚା ଯୋର ଧରିଛି । ଯେଉଁଥିରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଶ୍ରଦ୍ଧା ।

Share