Advertisement

ଅଭିନୟ ପାଇଁ ପଢ଼ା ଛାଡ଼ିଥିଲେ ଶ୍ରଦ୍ଧା

ମୁମ୍ବାଇ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ରବିବାର ନିଜର ୩୭ ତମ ଜନ୍ମଦିନ ଧୁମଧାମ୍‌ରେ ପାଳନ କରିଛନ୍ତି। ଶ୍ରଦ୍ଧାଙ୍କ ଜନ୍ମଦିନରେ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ଉପାୟରେ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ଅବସରରେ ସ୍କୁଲ ପରେ ତାଙ୍କୁ ଅଭିନୟ ଛାଡ଼ିବାକୁ ପଡ଼ିଥିବା ନେଇ ଏକ ସାକ୍ଷାତ୍‌କାରରେ ଶ୍ରଦ୍ଧା ପ୍ରକାଶ କରିଛନ୍ତି। ପିଲାଦିନୁ ହିଁ ବିଦ୍ୟାଳୟରେ ଜଣେ ମେଧାବୀ ଛାତ୍ରୀ ଥିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ସହ ପ୍ରଥମ ଡିଭିଜନରେ ସେ ପାସ୍‌ କରିଥିବା ଶ୍ରଦ୍ଧା ଏହି ସାକ୍ଷାତ୍‌କାରରେ କହିଛନ୍ତି। ବିଦେଶରେ ଉଚ୍ଚଶିକ୍ଷା ଅଧ୍ୟୟନ କରିବାକୁ ଇଚ୍ଛା ଥିବାରୁ ସେ ଗ୍ରାଜୁଏଶନ୍‌ ପଢ଼ିବାକୁ ଲଣ୍ଡନର ବୋଷ୍ଟନ୍‌ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଥିଲେ। ତେବେ ବଲିଉଡ୍‌ର ବରିଷ୍ଠ ଅଭିନେତା ଶକ୍ତି କପୁରଙ୍କ ଝିଅ ହୋଇଥିବାରୁ, କଲେଜ ଅଧ୍ୟୟନ ସମୟରେ ତାଙ୍କୁ ଅଭିନୟ ପାଇଁ ଅନେକ ଅଫର୍‌ ଆସିଥିଲା। ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିବାରୁ ସେ ତାଙ୍କ ଗ୍ରାଜୁଏସନ୍‌ ପଢ଼ା ଅଧାରେ ଛାଡି ଭାରତ ଫେରି ଆସି ଅଭିନୟରେ ନିଜର କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel