Categories: ଜାତୀୟ

ଶ୍ରଦ୍ଧା ହତ୍ୟା ଘଟଣା: ଡିସେମ୍ବର ୧ରେ ହେବ ଅଫତାବଙ୍କ ନାର୍କୋ ଟେଷ୍ଟ

ନୂଆଦିଲ୍ଲୀ,୨୯।୧୧: ଦିଲ୍ଲୀର ଏକ କୋର୍ଟ ରୋହିଣୀର ଫୋରେନ୍ସିକ ସାଇନ୍ସ ଲାବୋରେଟୋରୀରେ ଶ୍ରଦ୍ଧା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାଙ୍କ ନାର୍କୋ ଟେଷ୍ଟ କରିବାକୁ ଅନୁମତି ଦେଇଛନ୍ତି। ପୁନାୱାଲାଙ୍କ ଓକିଲ ଅବିନାଶ କୁମାର କହିଛନ୍ତି, ଅଭିଯୁକ୍ତଙ୍କୁ ଡିସେମ୍ବର ୧ ଏବଂ ଡିସେମ୍ବର ୩ରେ ରୋହିଣୀର ଲାବୋରେଟୋରୀକୁ ନେବାକୁ ପୋଲିସ ଅନୁମତି ମାଗିଥିଲା, ଯାହା କୋର୍ଟ ଗ୍ରହଣ କରିଥିଲେ।
ଅଫତାବ (୨୮) ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇଥିବା ଅଭିଯୋଗ ହୋଇଛି। ସେ ଶ୍ରଦ୍ଧାଙ୍କୁ ହତ୍ୟା କରି ପ୍ରଥମେ ଫ୍ରିଜ୍‌ରେ ଦକ୍ଷିଣ ଦିଲ୍ଲୀର ମେହେରାଉଲିରେ ଥିବା ଘରେ ପ୍ରାୟ ତିନି ସପ୍ତାହ ଧରି ରଖିଥିଲେ ଏବଂ ପରେ ସହରର ବିଭିନ୍ନ ସ୍ଥାନରେ ପକାଇ ଦେଇଥିଲେ। ଏହି ଘଟଣାରେ ପୋଲି ଅଫତାବ୍‌ଙ୍କୁ ଗିରଫ କରି ପଚରାଉଚଚରା କରୁଛି।

Share