ପୁଣି ଏକାଠି କାମ କରିବେ ଶ୍ରଦ୍ଧା-ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯୋଡିକୁ ପୁଣି ପରଦାରେ ଦେଖିବାକୁ ମିଳିବ। ଫିଲ୍ମ‘ବଡେ ମିୟାଁ ଛୋଟେ ମିୟାଁ’ର ରିମେକ୍‌ରେ ଟାଇଗରଙ୍କ ସହ ଶ୍ରଦ୍ଧା ନଜର ଆସିବେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ୨୦୨୩ ଫେବୃୟାରୀରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ ଫିଲ୍ମରେ ପ୍ରଥମ ଥର ଅକ୍ଷୟ କୁମାରଙ୍କ ସହ କାମ କରିବେ ଟାଇଗର। ଶ୍ରଦ୍ଧା-ଟାଇଗରଙ୍କୁ ୨୦୧୬ରେ ‘ବାଗି’ରେ ଦେଖିବାକୁ ମିଳିଥିଲା। ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଏବେ ଏହି ଫିଲ୍ମ ମାଧ୍ୟମରେ ଏହି ଯୋଡିଙ୍କୁ ଦର୍ଶକ ପୁଣି ଦେଖିବାକୁ ପାଇବେ।

Share