ନୂଆଦିଲ୍ଲୀ,୨୨।୧୨ : ଶ୍ରଦ୍ଧା ଓ୍ବାରକ ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି। ସେ ସାକେତ କୋର୍ଟରୁ ନିଜର ଜାମିନ ଆବେଦନ ପ୍ରତ୍ୟାହାର କରିଛନ୍ତି। ଗୁରୁବାର ପୂର୍ବାହ୍ନ ୧୧ ଟାରୁ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା। ଆଫତାବଙ୍କ ଆଇନଜୀବୀ ପହଞ୍ଚି ନ ଥିଲେ। ଏହାପୂର୍ବରୁ ଡିସେମ୍ବର ୧୭ ରେ ଆଫତାବଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସାକେତ କୋର୍ଟରେ ଅତିରିକ୍ତ ସେସନ ଜଜ ବୃନ୍ଦା କୁମାରୀଙ୍କ ନିକଟରେ ହାଜର କରାଯାଇଥିଲା।
ଅନ୍ୟପକ୍ଷରେ ଆଫ୍ଟାବ ପୁନାୱାଲାଙ୍କ ଭଏସ ନମୁନା ନେବାକୁ ଅନୁମତି ଲୋଡ଼ି ଦିଲ୍ଲୀ ପୋଲିସ ସାକେତ କୋର୍ଟରେ ଆବେଦନ କରିଛି।
ଡିସେମ୍ବର ୧୭ ରେ ହୋଇଥିବା ଶୁଣାଣି ସମୟରେ ଅଭିଯୁକ୍ତ ଅଫତାବ କୋର୍ଟଙ୍କୁ କହିଥିଲେ ଯେ ସେ ଜାମିନ ଆବେଦନ ବିଷୟରେ ଜାଣି ନାହାଁନ୍ତି। ସେ କେବଳ ଓ୍ବକାଲତନାମାରେ ସ୍ବାକ୍ଷର କରିଥିଲେ, କିନ୍ତୁ ଜାମିନ ଆବେଦନ କରିବା ବିଷୟରେ କୌଣସି ସୂଚନା ତାଙ୍କ ପାଖରେ ନଥିଲା।