Categories: ଖେଳ

ଶ୍ରଦ୍ଧାଞ୍ଜଳି ଜାତୀୟ ଚୟନକର୍ତ୍ତା

ଭୁବନେଶ୍ୱର, ୧୬।୧(କ୍ରୀଡ଼ା ପ୍ରତିନିଧି): ଭାରତୀୟ ମହିଳା ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପାଇଁ ଆସିଛି ଆଉ ଏକ ଗୁରୁଦାୟିତ୍ୱ। ରାଜ୍ୟ ଏବଂ ଜାତୀୟ ସ୍ତରରେ ପୂର୍ବରୁ ଅନେକଥର କୋଚ୍‌, ଜଜ୍‌, ଚୟନକର୍ତ୍ତା ଦାୟିତ୍ୱକୁ ସଫଳତାର ସହ ତୁଲାଇଥିବା ଶ୍ରଦ୍ଧାଞ୍ଜଳିଙ୍କୁ ଭାରତୀୟ ମହିଳା ଫୁଟବଲ(୧୭ ବର୍ଷରୁ କମ୍‌)ଦଳର କୋଚ୍‌ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ହେବାକୁଥିବା ୧୭ ବର୍ଷରୁ କମ୍‌ ସାଫ୍‌ (ସାଉଥ୍‌ ଏସିଆନ ଫୁଟ୍‌ବଲ ଫେଡେରେଶନ) ଚାମ୍ପିୟନଶିପ୍‌ ପାଇଁ ସେ ଭାରତୀୟ ଦଳକୁ ପ୍ରସ୍ତୁତ କରିବେ। ଏହି ପ୍ରତିଯୋଗିତା ଭୁଟାନରେ ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରଦ୍ଧାଞ୍ଜଳି ହେଉଛନ୍ତି ଏଏଫ୍‌ସି ‘ବି’ ଲାଇସେନ୍ସପ୍ରାପ୍ତ କୋଚ୍‌। ପୂର୍ବରୁ ମିଳିଥିବା ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିଥିବାରୁ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ତାଙ୍କ ଉପରେ ପୁଣି ଆସ୍ଥା ସ୍ଥାପନ କରାଯାଇଛି। ଶ୍ରଦ୍ଧାଞ୍ଜଳିଙ୍କୁ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା କରିଛନ୍ତି।

 

Share