ଭୁବନେଶ୍ୱର,୧୭।୭(ବ୍ୟୁରୋ): ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ପାଣି ଲାଗି କରିବାକୁ କାଉଡ଼ିଆ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଶ୍ରଦ୍ଧାଳ ଯାଉଛନ୍ତି । ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ବୋଲ ବମ ଯାତ୍ରା ବନ୍ଦ ଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।