ବମ୍ବେ:ପରଲୋକରେ ଲୋକପ୍ରିୟ ସଙ୍ଗୀତକାର ଶ୍ରବଣ କୁମାର। ୬୭ ବର୍ଷୀୟ ସଙ୍ଗୀତକାର କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଥିବା ବେଳେ ଗୁରୁବାର ରାତି ୯.୩୦ରେ ତାଙ୍କ ଦେହାନ୍ତ ହୋଇଥିଲା। ଏନେଇ ନିର୍ଦ୍ଦେଶକ ଅନିଲ ଶର୍ମା ସୋସିଆଲ ମିଡିଆରେ ଟୁଇଟ କରି ସ୍ପଷ୍ଟ କରିଥିଲେ।
ଏବେ ଶ୍ରବଣଙ୍କ ମୃତ୍ୟୁ ପରେ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି। ଏବେ ଯାଏ ଡାକ୍ତରଖାନା ପକ୍ଷରୁ ତାଙ୍କର ମୃତଦେହକୁ ହସ୍ତାନ୍ତର କରାଯାଇନାହିଁ। ଡାକ୍ତରଖାନା ବିଲ୍ ୧୦ ଲକ୍ଷ ଟଙ୍କା ଆସିଛି। ବୀମା ଥିଲେ ହେଁ ଆଗୁଆ ଟଙ୍କା ଡିପୋଜିଟ୍ କରିବା ଲାଗି ଡାକ୍ତରଖାନା କର୍ତ୍ତୃପକ୍ଷ ପରିବାରଲୋକଙ୍କୁ କହିଥିବା କେଆର୍କେ ବକ୍ସ ଅଫିସ ପକ୍ଷରୁ ଦାବି କରାଯାଇଛି। ହେଲେ ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅପରପକ୍ଷେ ଶ୍ରବଣ କୁମାରଙ୍କ ସ୍ତ୍ରୀ ଓ ପୁଅ କରୋନାରେ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଏଣୁ ସେମାନେ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।