Posted inଖେଳ

କେକେଆରକୁ ହୃଦଘାତ୍‌ ଦେଲା ଶାର୍ଦ୍ଦୁଳଙ୍କ ଓଭର

ଦୁବାଇ,୧୫।୧୦: ଚଳିତ ଆଇପିଏଲ ଫାଇନାଲ ମ୍ୟାଚ୍‌ରେ ୯୧୩ ରନ୍‌ର ବିଶାଳ ଟାର୍ଗେଟ ପିଛା କରୁଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ଗୋଟିଏ ଓଭରରେ ଡବଲ ଝଟକା ଦେଇଛନ୍ତି ଶାର୍ଦ୍ଦୁଳ ଠାକୁର। ଶୁବମାନ ଗିଲ ଓ ଭେଙ୍କଟେଶ ଆୟର(୫୦ ରନ୍‌, ୫ ଚୌକା ଓ ୩ ଛକା)ଙ୍କ ଓପନିଂ ଯୋଡ଼ି କେକେଆରକୁ ୯୦ ରନ୍‌ର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟ୍ସମ୍ୟାନଙ୍କୁ କେକେଆର ଫିଲ୍ଡରମାନେ ଦେଇଥିଲେ ଅନେକ ସୁଯୋଗ। ଏଥିରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ମଧ୍ୟ ସାମିଲ। ଆୟର ଖାତା ଖୋଲି ନ ଥିବା ବେଳେ ଧୋନୀ କ୍ୟାଚ୍‌ ଛାଡ଼ିଥିଲେ।

କିନ୍ତୁ ୧୧ ତମ ଓଭରରେ କୋଲକାତା ପାଇଁ ସବୁ କିଛି ବଦଳି ରଖି ଦେଇଥିଲେ ଶାର୍ଦ୍ଦୁଳ। ପ୍ରଥମେ ଆୟର ଓ ପରେ ଫର୍ମରେ ଥିବା ନୀତିଶ ରାଣାଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିଅନ ପଠାଇଥିଲେ। ଏହାର ପରବର୍ତ୍ତୀ ଓଭରରେ ଆଉଟ୍‌ ହୋଇଥିଲେ ସୁନିଲ ନାରିନ (୨)। ଫଳରେ ରିପୋର୍ଟ ଲେଖା ହେବା ସୁଦ୍ଧା କେକେଆର ୧୨ ଓଭର ସୁଦ୍ଧା ୩ ଉଇକେଟ ହରାଇ ୯୯ ରନ୍‌ କରିଛି। ତେବେ କେକେଆର ପାଇଁ ଗିଲ ଏବେ ୪୨ ରନ୍‌ କରି ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆକୁ ଫେରିବେ ସଚିନ ତେନ୍ଦୁଲକର! ବିସିସିଆଇକୁ ବଡ଼ ପ୍ରସ୍ତାବ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ...

ଏବେ ଏହି ଦେଶ ପାଇଁ କାମ କରିବେ ସାନିଆ ମିର୍ଜା

ନୂଆଦିଲ୍ଲୀ,୧୪।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଖେଳରୁ ଅବସର ନେଇଛନ୍ତି। କିନ୍ତୁ ତଥାପି ସେ ସକ୍ରିୟ ଅଛନ୍ତି। ନିକଟରେ ସାନିଆଙ୍କୁ ଦୁବାଇରେ ଏକ ଗୁରୁତ୍ୱପୂର୍ଣ୍ଣ...

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଚେତାବନୀ ଦେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ୍‌ ଖେଳିବାକୁ...

ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ହେବ ଟଙ୍କା ବର୍ଷା! ଆଇପିଏଲ୍‌ ପୂର୍ବରୁ କଲେ ଚମତ୍କାର…

ନୂଆଦିଲ୍ଲୀ,୧୪।୧୧: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ଆଇପିଏଲରେ କିଛି ବିଶେଷ କରିପାରି ନାହାଁନ୍ତି। ତାଙ୍କୁ ମଧ୍ୟ କମ ସୁଯୋଗ ମିଳିଛି। ଅର୍ଜୁନ...

ସେ ମୋ ରୁମ୍‌କୁ ଆସି ଏମିତି ଅନୁରୋଧ କରିଥିଲେ, ମ୍ୟାଚ୍‌ ପରେ ତିଳକ ବର୍ମାଙ୍କ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର

ସେଞ୍ଚୁରିୟନ୍‌,୧୪।୧୧: ତୃତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟର ସବୁଠାରୁ ବଡ ହିରୋ ଥିଲେ ତିଲକ...

ଅନ୍ୟ ଦେଶ ପାଇଁ ଖେଳିବେ ଶିଖର ଧାଓ୍ବନ୍‌! ପୁଣି ମଇଦାନ ବର୍ଷିବ ଚୌକା-ଛକା

ନୂଆଦିଲ୍ଲୀ,୧୪।୧୧: କ୍ରିକେଟ ଛାଡିବାକୁ ଗବର୍‌ ଅର୍ଥାତ୍‌ ଶିଖର ଧାୱନଙ୍କର ଇଚ୍ଛା ନାହିଁ। ଚଳିତ ବର୍ଷ ସେ ଅଗଷ୍ଟ ମାସରେ ଅନ୍ତର୍ଜାତୀୟ କ୍ରିକେଟ ସହିତ ବିଦାୟ ନେଇଥିଲେ,...

ତିଳକ ବର୍ମାଙ୍କ ଆଇପିଏଲ୍‌ ଦରମା ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧୪।୧୧:ଅଗଷ୍ଟ ୨୦୨୩ରେ ତିଲକ ବର୍ମା ଭାରତ ପାଇଁ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଡେବ୍ୟୁ କରିବାର ଏକ ବର୍ଷ ପରେ ମଧ୍ୟ ସେ ଦୀର୍ଘ...

ଭାରତୀୟ ବ୍ୟାଟରଙ୍କ ଧୂଆଁଧାର ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୨୧୯ ରନ୍‌

ସେଞ୍ଚୁରିଅନ୍‌,୧୨ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ତିଳକ ବର୍ମା। ତାଙ୍କ ଶତକ ବଳରେ ଭାରତ ପ୍ରଥମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri