ଭ୍ରମରବାଡିରେ ଶ୍ରୀ ଅନ୍ନ ଯୋଜନା: ଖୋଲିଲା ଖାଦ୍ୟରଆସର

ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ପ୍ରସାର ସହ ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାର ଓଡ଼ିଶା ମିଲେଟ ମିଶନ ଆରମ୍ଭ କରିଥିଲେ। ଯାହାକି ଏବେ ଶ୍ରୀ ଅନ୍ନ ଯୋଜନା ଭାବେ ପରିଚିତ। ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଜନ ସଚେତନ କରାଯାଇ ଲୋକଙ୍କୁ ପାରମ୍ପରିକ ଖାଦ୍ୟ ମାଣ୍ଡିଆ, କୁଏରୀ, କାଙ୍ଗୁ, ଯଅ, ଜନ୍ନା ଭଳି ଖାଦ୍ୟ ଖାଇବାକୁ ଲୋକଙ୍କୁ ସଚେତନ କରାଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ପଞ୍ଚାୟତ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।
ଆଞ୍ଚଳିକ ରସର୍ଚପର୍ଶନ ପ୍ରଫୁଲ ମହାପାତ୍ରଙ୍କ ସଭାପତିରେ ମୁଖ୍ୟ ଅତିଥିଭାବେ ସମିତିସଭ୍ୟା ମିତା ପ୍ରଧାନ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଯୋଜନା ଅଭିଯାନର ଜିଲା ପ୍ରକଳ୍ପ ସଂଯୋଜିକା ସବିତା ସୁବୁଦ୍ଧି ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସହକାରୀ କୃଷି ଅଧିକାରୀ ଅସଲେଶା ରଥ, ଜିଲା ଅତିରିକ୍ତ ପ୍ରକଳ୍ପ ସଂଯୋଜକ ସୁରେଶ କୁମାର ମହାପାତ୍ର, ଶ୍ରୀ ଅନ୍ନ ଅଭିଯାନର ବ୍ଲକ ଅତିରିକ୍ତ ପ୍ରକଳ୍ପ ସଂଯୋଜକ ବିମଳ କୁମାର ନାୟକ, ପ୍ରଡ୍ୟୁସର ଗ୍ରୁପର ସିଇଓ ରୂପକାନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ତିଲମା ପ୍ରଧାନ ସିଆଙ୍ଗବାଲି ଗୋଷ୍ଠୀ ସ୍ବାସ୍ଥ୍ୟକର୍ମୀ ସ୍ବାାଗତିକା ପ୍ରଧାନ, ଜାଗୃତିର ସଂଯୋଜକ ଦେବାନନ୍ଦ ଦାସ, ଧ୍ରୁବ ଚରଣ ନାୟକ ପ୍ରମୁଖ ମଞ୍ଚାସିନ ରହି ଉପସ୍ଥିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀସଦସ୍ୟ ଓ ମେଳାରେ ଯୋଗ ଦେଇଥିବା ମହିଳା ମାନଙ୍କୁ ପାରମ୍ପରିକ ଚାଷ ବିଶେଷ କରି ଖୁଦ୍ର ଦାନା ଶସ୍ୟର ଚାଷ କରିବାକୁ ସଚେତନ କରିବା ସହ ପରିବାରରେ ବ୍ୟାପକ ଭାବେ ଖୁଦ୍ର ଦାନାରେ ବ୍ୟଞ୍ଜନ ତଥା ମାଣ୍ଡିଆ, କାଙ୍ଗୁ, କୁଏରୀ ରେ ଖିରୀ, ପିଠା, ପକୁଡି, ବରା, ପିଆଜି, ବିଭିନ୍ନ ପ୍ରକାର ମିଠା, ରୁଟି, ଚାଉମିନ, ପରଟା, ଇଡ଼ଲି, ପୁରୀ ଆଦି ପ୍ରସ୍ତୁତ କରି ଖାଇବାକୁ ପରାମର୍ଶ ଦେଇଥିଲେ। ପାରମ୍ପରିକ ଶସ୍ୟ ମାଣ୍ଡିଆ ନିୟମିତ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରକ୍ତଚାପ, ଡାଇବେଟିସ ଭଳି ରୋଗ ଦୂର ହେବ। ଏକାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୁଦ୍ର ଦାନାରେ ବିଭିନ୍ନ ମିଠା, ଖିରୀ ଓ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ସେହିପରି ଜୈବିକ ପଦ୍ଧତିରେ ଅମଳ କରାଯାଇଥିବା ବିଭିନ୍ନ ଫଳ, ଶସ୍ୟ, ପନିପରିବା ପ୍ରଦର୍ଶନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଛାଡିବେ ବଲିଉଡର ଏହି ଚର୍ଚ୍ଚିତ ପାକିସ୍ତାନୀ କଳାକାର! ଆଗକୁ ହେବ କ’ଣ…

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକ, ମୁଖ୍ୟତଃ ପର୍ଯ୍ୟଟକ, ପ୍ରାଣ ହରାଇଛନ୍ତି। ଏହି ଘଟଣା ଭାରତ ଓ...

ଖୋର୍ଦ୍ଧାରେ ମୁଖ୍ୟ ଶାସନ ସଚିବ: ସମୀକ୍ଷା କଲେ…

ଖୋର୍ଦ୍ଧା,୨୬।୪(ପ୍ରଭାତ ପାଣିଗ୍ରାହୀ): ମୁଖ୍ୟ ଶାସନ ସଚିବ ଶୁକ୍ରବାର ଖୋର୍ଦ୍ଧା ଗସ୍ତ କରିଛନ୍ତି। ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟର ମୁଖ୍ୟ ଶାସନସଚିବ ମନୋଜ ଆହୁଜା ପହଞ୍ଚି କୃଷି ବିଭାଗର...

ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

ଏହି ମୁସଲିମ ଦେଶ PoKକୁ ଭାରତର ଅଂଶ ବୋଲି ମାନିଥାଏ: ନାଁ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଶ୍ରୀନଗର,୨୬।୪: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ...

କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି: ସିସିଟିଭି ରୁ ….

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି,...

ପହଲଗାମ ଆକ୍ରମଣରେ ପାକିସ୍ତାନୀ କ୍ରିକେଟରଙ୍କ ଲିଙ୍କ୍‌! ଚମକାଇଲା Fact Check

କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ରହିଛି। ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି। ଏହା...

ପହଲଗାମ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା

ନୂଆପଡ଼ା,୨୬।୪ (ମକାରୁ ବେମାଲ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ଶୁକ୍ରବାର ନୂଆପଡ଼ା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଗାୟତ୍ରୀ...

ଆତଙ୍କବାଦୀଙ୍କୁ ମାସକୁ ମିଳେ ୫୦ହଜାର ଯାଏ ଦରମା, ଜାଣନ୍ତି କି କେଉଁ ଯୋଗ୍ୟତାରେ ହୁଅନ୍ତି ନିଯୁକ୍ତି?

ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପୁଣି ଥରେ କଶ୍ମୀର ଉପତ୍ୟକାର ଶାନ୍ତି ଏବଂ ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ପରି ମନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image