ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ ସମ୍ବର୍ଦ୍ଧିତ

କଟକ ଅଫିସ,୧୬ା୬: ଆଧ୍ୟାତ୍ମିକ ସ୍ତମ୍ଭକାର, ପ୍ରବକ୍ତା, ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’  ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀଙ୍କୁ ହାପି ଲିଭିଂ ଫାଉଣ୍ଡେଶନ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସଭାରେ ଫାଉଣ୍ଡେଶନର ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ବାସ୍ତୁବିତ ଡ. ମନୋଜ ଲେଙ୍କା, ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ଭୂପିନ୍ଦର ସିଂହ, ବେଦ ଦାନ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର,ବାବା ଅଭିରାମ ସରସ୍ବତୀ, ଖବରଦାତା ସଞ୍ଜୟ କୁମାର ଜେନା ପ୍ରମୁଖ  ଶ୍ରୀସନ୍ନ୍ୟାସୀ ଜୀଙ୍କୁ ଫଳକ, ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀସନ୍ନ୍ୟାସୀ ଦୈନିକ ‘ଧରିତ୍ରୀ’ ଆଜକୁ ଦୀର୍ଘ ବର୍ଷ ହେଲା ନିୟମିତ  ଆଧ୍ୟାତ୍ମିକ ଲେଖାଲେଖି ଆସୁଛନ୍ତି।