ହୋଲି ପରେ ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୪।୨: ହୋଲି ପରେ ସପ୍ତାହର ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦରକୁ ସାନିଟାଇଜ କରିବା ନେଇ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହର ନିର୍ଦ୍ଦିଷ୍ଟ କେଉଁଦିନ ମନ୍ଦିର ବନ୍ଦ ରହିବ, ସେନେଇ ଚୂଡ଼ାନ୍ତ ଆଲୋଚନା ହୋଇନାହିଁ। ଦୋଳ ପୂର୍ଣ୍ଣିମା ପରେ ନିର୍ଦ୍ଦେଶନାମା ଜାରି ହେବ ବୋଲି ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଥିବା ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ସୂଚନା ଦେଇଛନ୍ତି।
ଜିଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମେକାପ ଓ ପୁଷ୍ପାଳକ ସେବାୟତଙ୍କୁ ନେଇ ଏକ ବୈଠକ ହୋଇଥିଲା। ଦୋଳ ପୂର୍ଣ୍ଣିମାରେ ହେବାକୁ ଥିବା ମହାପ୍ରଭୂଙ୍କ ବେଶ କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ଆଲୋଚନା ହୋଇଛି।

Share