ଶ୍ରୀମୟୀ ମିଶ୍ର ନିଖୋଜ! ଖୋର୍ଦ୍ଧା ବିଜେଡିରେ ବିସ୍ପୋରକ ପରିସ୍ଥିତି

ଭୁବନେଶ୍ୱର,୩୦।୩: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡି ପାଇଁ ଅଡୁଆ ସାଜିଛି। ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମ୍ଭାବ୍ୟ ଏମ୍‌ପି ପ୍ରାର୍ଥୀ କରି ୬ ମାସ ଆଗରୁ ନିର୍ବାଚନମଣ୍ଡଳୀ ବୁଲାଇବା, ଦଳର ସ୍ଥାନୀୟ ନେତାମାନଙ୍କ ସହ ପରାମର୍ଶ କରିଥିଲେ ମଧ୍ୟ ହଠାତ୍‌ ମନ୍ମଥ ରାଉତରାୟଙ୍କୁ ଦଳରେ ମିଶାଇ ଟିକେଟ ଦେବା ସମସ୍ତଙ୍କୁ ଚକିତ କରିଛି। ଆଉ ଏମ୍‌ପି ପ୍ରାର୍ଥୀ ଲିଷ୍ଟ ଘୋଷଣା ହେବା ପରେ ଶ୍ରୀମୟୀ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛନ୍ତି। ତାଙ୍କ ମୋବାଇଲ ଫୋନ ବନ୍ଦ ରହିଛି ଓ ସୋସିଆଲ ମିଡିଆରୁ ମଧ୍ୟ ନିଷ୍କ୍ରିୟ ଥିବା ଦେଖିବାକୁ ମିଳିଛି। ମହିଳା କାର୍ଡ ଖେଳୁଥିବା ବିଜେଡି ନିଜର ଜଣେ ଆଗଧାଡି ନେତ୍ରୀଙ୍କୁ ଟିକେଟ ନଦେଇ କଂଗ୍ରେସରୁ ଆସିଥିବା ମନ୍ମଥଙ୍କୁ ଲୋକ ସଭା ଟିକେଟ ଦେବା ନେଇ ଦଳୀୟ କର୍ମୀ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଥିସହ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାୟକ ପ୍ରାର୍ଥୀମାନେ ଏବେ ନିଜ ଅଞ୍ଚଳରେ ପ୍ରଚାର କରିବାକୁ ବି ସାହାସ ଜୁଟାଇ ପାରୁନଥିବା ଜଣାପଡିଛି।

Share