ବଲିଉଡ୍ ପ୍ଲେ ବ୍ୟାକ୍ ସିଙ୍ଗର ଶ୍ରେୟା ଘୋଷାଲ ଓ ସ୍ବାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟ ଶନିବାର ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଶ୍ରେୟା ମା’ ହେବା ଖବର ତାଙ୍କ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଭଗବାନ ତାଙ୍କୁ ଏକ ମୂଲ୍ୟବାନ ପୁତ୍ର ସନ୍ତାନ ଆଶୀର୍ବାଦରେ ଦେଇଛନ୍ତି। ଏପରି ଇମୋଶନ ସେ ପୂର୍ବରୁ କେବେ ଅନୁଭବ କରି ନ ଥିଲେ ବୋଲି ଶ୍ରେୟା ଲେଖିଛନ୍ତି। ଏହାସହ ତାଙ୍କ ସମସ୍ତ ଶୁଭାକାଂକ୍ଷୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ୫ ଫେବୃୟାରୀ ୨୦୧୫ରେ ଶ୍ରେୟା ଓ ଶିଲାଦିତ୍ୟଙ୍କ ବିବାହ ହୋଇଥିଲା।