ମା’ ହେଲେ ଏହି ଲୋକପ୍ରିୟ ଗାୟିକା

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ ଆଜି ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୂର୍ବରୁ ଏଭଳି ଅନୁଭବ ହୋଇନାହିଁ। ପରିବାର ସହ ମୁଁ ଏବଂ ସ୍ବାମୀ ଶିଲାଦିତ୍ୟ ମୁଖୋପାଧ୍ୟାୟ ବହୁତ ଖୁସି ଅଛୁ। ଏହି ସମୟରେ ଆଶୀର୍ବାଦ କରୁଥିବାରୁ ଧନ୍ୟବାଦ ବୋଲି ସେ କହିଛନ୍ତି।

କହିରଖୁଛୁ, ଶ୍ରେୟାଙ୍କ ବିବାହକୁ ୬ ବର୍ଷ ହୋଇଛି। ସେ ୨୦୧୫ରେ ପିଲାଦିନର ବନ୍ଧୁ ଶିଲାଦିତ୍ୟଙ୍କୁ ବିବାହ କରିଥିଲେ। ତେବେ ବିବାହ ପୂର୍ବରୁ ଉଭୟ ପରସ୍ପରକୁ ୧୦ ବର୍ଷ ଧରି ଡେଟ୍‌ କରିଥିଲେ। ପେସାରେ ଶ୍ରେୟାଙ୍କ ସ୍ବାମୀ ଜଣେ ଇଞ୍ଜିନିୟର। ଶିଲାଦିତ୍ୟ ଗାୟିକାଙ୍କୁ ଗୋଆରେ ପ୍ରପୋଜ୍‌ କରିଥିଲେ। ଏଥିରେ ହଁ ଭରିଥିଲେ ଶ୍ରେୟା। ଶେଷରେ ଉଭୟଙ୍କ ବିବାହ ହୋଇଥିଲା।

Share